pakka

ଝିରପାଣି ପଞ୍ଚାୟତରେ ଉତ୍ତେଜନା : ଭୋଟ ପୁଲିଂ ବନ୍ଦ ହେବା ପରେ ଉପଜିଲ୍ଲାପାଳ ପହଞ୍ଚି ସମାଧାନ କଲେ

bbehera

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ବିଶ୍ରା ବ୍ଲକ ଝିରପାଣି ପଞ୍ଚାୟତରେ ଉତ୍ତେଜନା ଦେଖା ଦେଇଛି । ସରପଞ୍ଚ ପ୍ରାର୍ଥୀଙ୍କ ଲିଷ୍ଟରେ ନାଁ ନଥିବା ନେଇ ଉତ୍ତେଜନା ସୃଷ୍ଟି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ସରପଞ୍ଚ ପ୍ରାର୍ଥୀଙ୍କ ଲିଷ୍ଟରେ ନାଁ ନଥିବା ଓ ବାଲେଟ ପେପର ମୋଡ଼ା ନେଇ ଉତ୍ତେଜନା ଦେଖାଯାଇଥିଲା । ଝିରପାଣି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ପାଇଁ ଲଣ୍ଠନ ଚିହ୍ନରେ ପ୍ରାର୍ଥୀ ହୋଇଛନ୍ତି ରାମ ତିର୍କୀ । ତାଲିକାରେ ୯ ନମ୍ବରରେ ତାଙ୍କ ନାମ ଓ ଚିହ୍ନ ରହିଥିବା ବେଳେ, କିଛି ବୁଥରେ ତାଙ୍କ ନାଁ ନଥିବା ସହିତ ବାଲେଟ ପେପରରେ ତାଙ୍କ ଚିହ୍ନକୁ ମୋଡି ଲୁଚା ଯାଇଥିବା ଅଭିଯୋଗ ହୋିଛି । ଯାହାକୁ ନେଇ ଝିରପାଣି ହାଇସ୍କୁଲରେ କିଛି ସମୟ ଉତ୍ତେଜନା ଦେଖାଯିବା ସହିତ ମତଦାନ ଅଟକ ରହିଥିଲା । ତେବେ ପାଖାପାଖି ୧ ଘଣ୍ଟା ମତଦାନ ଅଟକିବା ପରେ ପାନପୋଷ ଉପଜିଲ୍ଲାପାଳ ପହଁଚି ତ୍ରୁଟି ସୁଧାରିବା ପରେ ପୁଣି ଆରମ୍ଭ ହୋଇଥିଲା ମତଦାନ ।

jay balangir
Leave A Reply

Your email address will not be published.

4 − three =