pakka

ବହଲିରେ ଏକ ଦିବସୀୟ କ୍ରିକେଟ୍ ପ୍ରତିଯୋଗିତା ଉଦ୍‌ଯାପିତ : ଲଣ୍ଡାପଥରକୁ ହରାଇ ଦେଓଗାଁ ଚାମ୍ପିଅନ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ଅନ୍ତର୍ଗତ ବହଲି ଗାଁରେ ଶୁକ୍ରବାର ଦିନ ଏକ ଦିବସୀୟ କ୍ରିକେଟ୍ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡମ୍ବରୁଧର ହରପାଲ ଯୋଗ ଦେଇଥିବା ବେଳେ ଉଦ୍‌ଯାପନୀ ଉତ୍ସବରେ କୃଷ୍ଣ ସେଠ୍ ଯୋଗ ଦେଇ ବିଜୟୀ ଦଳକୁ ପୁରସ୍କୃତ କରିଥିଲେ । ପ୍ରତିଯୋଗିତାର ପ୍ରଥମ ସେମିଫାଇନାଲରେ ଲଣ୍ଡାପଥର ଦଳ ବହଲିକୁ ଥିବା ବେଳେ ଦ୍ଵିତୀୟ ସେମିଫାଇନାଲରେ ଦେଓଗାଁ ଦଳ ମୁରସିଂ ଦଳକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ । ଫାଇନାଲ ମ୍ୟାଚରେ ଲଣ୍ଡାପଥର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨ ଓଭରରେ ୨୫ରନ କରିଥିବା ବେଳେ ବିପକ୍ଷ ଦେଓଗାଁ ଦଳ ୨.୫ ଓଭରରେ ବିଜୟ ଲକ୍ଷପୁରଣ କରି ବିଜୟୀ ଲାଭ କରି ଚାମ୍ପିଅନ ହୋଇଥିଲେ । ଫାଇନାଲ ଖେଳକୁ ସ୍ବାଗତ ପ୍ରଧାନ ଓ ଦୁଷ୍ମନ୍ତ ପୋଢ଼ ପରିଚାଳନା କରିଥିଲେ । ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ଦେଓଗାଁ ଦଳର ରାମଚନ୍ଦ୍ର ସାହୁଙ୍କୁ ପୁରସ୍କୃତ କରାଯାଇଥିଲା । ଅଜୟ ପୁରୋହିତ, ରଜତ ପଧାନ, ଶ୍ରୀୟାଂଶୁ ନାୟକଙ୍କ ସହ ପ୍ରତିଯୋଗିତା କମିଟିର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

4 × 4 =