pakka

ପୋଲିସ ଜନତା ମୁହାଁମୁହିଁ, ଗାଡି ଭଙ୍ଗାରୁଜା

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଥାନା କଠଉମାଲଠାରେ ନିର୍ବାଚନ ସମୟରେ ଜନସାଧାରଣ ଓ ପୋଲିସ ମୁହାଁମୁହିଁ ହୋଇଥିବା ଜଣାପଡିଛି । ପୋଲିସ ଉପରେ ଜନତା ଆକ୍ରମଣ କରି ଗାଡି ଉପରେ ବସିଥିବା ପୋଲିସକୁ ଗୋଟିଏ ଚାପୁଡା ମାରିଥିବା କୁହାଯାଉଛି । ଜନସାଧାରଣ ପୋଲିସ ଗାଡି ଉପରକୁ ଟେବୁଲ ଡେକ୍ସ ଆଣି ଗାଡି ଭାଙ୍ଗିବା ପାଇଁ କଚାଡି ଦେଇଥିବା ଦୃଶ୍ୟ ମଧ୍ୟ ପରିଲକ୍ଷିତ ହୋଇଛି । ଏହା ପରେ ସାମାନ୍ୟ ଲାଠି ଚାର୍ଜ କରିବାରୁ ଲୋକମାନେ ସାମାନ୍ୟ ପଛଘୁଞ୍ଚା ଦେଇଥିବା ବେଳେ ସେଠାରେ ହୋଇଥିବା ଧସ୍ତାଧସ୍ତିରେ ଗାଇସିଲାଟ ଥାନାଧିକାରୀଙ୍କ ମୁଣ୍ଡ ଫିଟିଥିବା ଦେଖିବାକୁ ମିଳିଛି । ବିଶ୍ୱସ୍ତ ସୂତ୍ରରୁ ଖବର ରହିଛି କି ଗୋଟିଏ ପୋଲିସ ଗାଡିକୁ ରଖିଥିବା ବେଳେ ଗୋଟିଏ ଛାଡି ଦେଇଛନ୍ତି ।

jay balangir
Leave A Reply

Your email address will not be published.

20 + ten =