jayashree

କାର୍ତ୍ତିକ ପୂର୍ଣ୍ଣିମାରେ ବାବା ଅଖଣ୍ଡଳମଣି ମନ୍ଦିରରେ ଭକ୍ତଙ୍କ ସମାଗମ

  • ତାରାପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥିଲେ ବିଧାୟକ ଦୁର୍ଗା ତାନ୍ତି

ରାଉରକେଲା, (କେପିଏନ୍‌ଏସ୍‌) : ଓଡ଼ିଆ ସଂସ୍କୃତିର ଅନ୍ୟତମ ପ୍ରମୁଖ ପର୍ବ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ତାରାପୁର ଲକ୍ଷ୍ମୀ ମାର୍କେଟ୍‌ସ୍ଥିତ ଫିଲ୍ଟର ହାଉସ୍ କଲୋନୀର ବାବା ଅଖଣ୍ଡଳମଣି ଶିବ ମନ୍ଦିର ପରିସରରେ ଏକ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି । ଏହି ଅବସରରେ ଲାଠିକଟା ବ୍ଲକ୍ ଅନ୍ତର୍ଗତ ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ବିଧାୟକ ଦୁର୍ଗା ତାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । କାର୍ତ୍ତିକ ପୂର୍ଣ୍ଣିମାର ପବିତ୍ର ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ସାଢ଼େ ତିନି ହଜାରରୁ ଅଧିକ ଶ୍ରଦ୍ଧାଳୁ ଓ ଅଞ୍ଚଳବାସୀ ସାମିଲ ହୋଇ ବାବା ଅଖଣ୍ଡଳମଣିଙ୍କ ଦର୍ଶନ କରିବା ସହ ପ୍ରସାଦ ସେବନ କରିଥିଲେ । ବାବାମଣି ସୋସିଓ କଲଚରାଲ୍ କ୍ଲବ୍‌ର ସଦସ୍ୟମାନେ ଏହି ଆୟୋଜନକୁ ସୂଚାରୁ ଭାବେ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ ବିଧାୟକ ଦୁର୍ଗା ତାନ୍ତି କାର୍ତ୍ତିକ ପୂର୍ଣ୍ଣିମାର ଧାର୍ମିକ ଓ ସାଂସ୍କୃତିକ ମହତ୍ତ୍ୱ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ । ମନ୍ଦିର ପରିସରରେ ଏତେ ବଡ଼ ଆୟୋଜନ ଦେଖି ସେ ଖୁସି ପ୍ରକାଶ କରିବା ସହ ଆଗାମୀ ଦିନରେ ମନ୍ଦିରର ଉନ୍ନତି ପାଇଁ ସହଯୋଗ କରିବେ ବୋଲି କହିଥିଲେ । ଏହି ଅବସରରେ କ୍ଲବ୍‌ର ସଭାପତି ଗୌରାଙ୍ଗ ନାଏକ ବିଧାୟକଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ କ୍ଲବ୍‌ର ଉପସଭାପତି ସୁଧୀର ପରିଡ଼ା, ସମ୍ପାଦକ ସୁଦର୍ଶନ ଦାଶ, ସହସମ୍ପାଦକ ଅଶୋକ ଜେନାଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ । ଜ୍ଞାନ ରଞ୍ଜନ ପ୍ରହରାଜ, ସୁମନ୍ତ ନାୟକ, ବିଜୟ ମହାପାତ୍ର, ଟୁଟୁ ପଣ୍ଡା, ଶେଖର, ସୁଶାନ୍ତ ନାୟକ, ଦିଲୀପ ବେହେରା, ବିଶ୍ୱ ରଞ୍ଜନ ପ୍ରହରାଜ, ସୁରକୁନା ମାଇତି, ମଣି ମହାପାତ୍ର, ବିଶ୍ୱନାଥ ପାତ୍ର, ସୁଶାନ୍ତ ସାହୁ, ଥୁନିଆ ସାହୁ, ଆୟୁଷ୍ମାନ ସାହୁ, ଗୁଲୁଆ ସାହୁ, ଆୟୁଷ୍ମାନ ଜେନା, ବେଦାନ୍ତ ମଲ୍ଲିକ, ଆଦିତ୍ୟ ଲେଙ୍କା, ସାଇ ପ୍ରକାଶ ଦାଶ, ଅଂଶୁ ଭଗତ, ଓମ୍ ଭଗତ, ସୁକ ପ୍ରହରାଜ, ବନ୍ଧୁ ଦାଶ, ଭୋଳା ଲେଙ୍କାଙ୍କ ସମେତ ଅନ୍ୟ ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ । ସେହିପରି ସାଇ, ସୁମନ, ପ୍ରନସ, ପ୍ରାଚୀ, ଜୟଶ୍ରୀ, ପ୍ରିୟା, ବେଶି, ସ୍ନେହା, ଦିବ୍ୟା, ସିପି, ମୁସକାନ ମହାନ୍ତି ଓ ଅଶୋକ ଦାଶଙ୍କ ସମେତ ବହୁ ସଦସ୍ୟ ଆୟୋଜନରେ ସହଯୋଗ କରିଥିଲେ । ସମସ୍ତଙ୍କ ସହଯୋଗରେ କାର୍ତ୍ତିକ ପୂର୍ଣ୍ଣିମାର ଏହି ଧାର୍ମିକ ଆୟୋଜନ ସଫଳତାର ସହ ସମ୍ପନ୍ନ ହୋଇଥିଲା ।

Leave A Reply

Your email address will not be published.