csstore

ଦେଓଗାଁ କଲେଜର ବାର୍ଷିକ କ୍ରୀଡା ଉଦ୍‌ଘାଟିତ

ଦେଓଗାଁ, (ମନୀଷ କୁମାର ସାହୁ) : ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦେଓଗାଁର ୩୫ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଉପମନ୍ୟୁ ବାଗଙ୍କ ଅଧ୍ୟକ୍ଷତାରେ ଏହି ପ୍ରତିଯୋଗିତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଦେଓଗାଁ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ନିନା ଛତ୍ରିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସମିତି ସଭ୍ୟା ଶ୍ରୀମତୀ ମୀନା କୁମାରୀ ସା ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ । ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟନୀ ସମାରୋହରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଅଣ-ଶିକ୍ଷକ କର୍ମଋରୀ ଯୋଗଦେଇଥିବା ବେଳେ କ୍ରୀଡା ଶିକ୍ଷକ ଗିରିଗୋବଦ୍ଧନ ବିଶ୍ଵାଲ, ସୌମ୍ୟରଂଜନ ସାହୁ ଖେଳ ପରିଚାଳନା କରିଥିଲେ । ଅର୍ଥନୀତି ଅଧ୍ୟାପକ ତଥା କ୍ରୀଡା ଅଧିକାରୀ ସନ୍ତୋଷ ଜାନୀ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.