csstore

ଜ୍ଞାନ ଜ୍ୟୋତି ତପୋବନ ଶିକ୍ଷା ମନ୍ଦିରରେ ବାର୍ଷିକ କ୍ରୀଡା

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡ଼ାସିଂହା ସ୍ଥିତ ଜ୍ଞାନ ଜ୍ୟୋତି ତପୋବନ ଶିକ୍ଷା ମନ୍ଦିରରେ ସୋମବାର ଦିନ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସଦର ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ପୁଷ୍ପାଞ୍ଜଳି ହୋତା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଚିକଲବାହାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ରାଜ କିଶୋର ପଧାନ, ସମିତି ସଭ୍ୟା, ଶ୍ରୀମତୀ କାମିନୀ ପୁଟେଲ, ଉମାକାନ୍ତ ଝାଙ୍କର, ଇନ୍ଦ୍ରମଣି ଆତବୁଦ୍ଧି, ନାଏବ ସରପଞ୍ଚ ଜିତୁ ସାହୁ, ଲିଙ୍ଗରାଜ ପୁଟେଲ, ବୀରବର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତା ପରିଚାଳନାରେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ । କୃତି ଖେଳାଳିମାନଙ୍କୁ ମେଡାଲ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।

jayashree
Leave A Reply

Your email address will not be published.