csstore

ଅଂଶୁମାନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଜରାସିଂହା ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାରସମାଲ ପଞ୍ଚାୟତ ଅନ୍ତର୍ଗତ କନକପୁର ଖେଳ ପଡ଼ିଆରେ ଗତ ୧୪ ତାରିଖରୁ ହୋଇଆସୁଥିବା ଅଂଶୁମାନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗୁରୁବାର ଉଦଯାପିତ ହୋଇଯାଇଛି । ମୋଟ ୧୬ଟି ଦଳ ଭାଗ ନେଇଥିବା ବେଳେ ବାଞ୍ଜିବାହାଲି ଦଳକୁ ହରାଇ ଜରାସିଂହା ଓ ବଡ଼ବନ୍ଧ ଦଳକୁ ହରାଇ ସିକୁଆଁ ଫାଇନାଲ ଖେଳ ଖେଳିବାକୁ ବିବେଚିତ ହୋଇଥିଲା । ଫାଇନାଲ ଖେଳରେ ପ୍ରଥମେ ଜରାସିଂହା ଦଳ ବ୍ୟାଟିଙ୍ଗ କରି ୫ ଓଭରରେ ଗୋଟିଏ ୱିକେଟ ହରାଇ ୯୭ ର୍‌ନ କରିଥିବା ବେଳେ ସିକୁଆଁ ଦଳ ସମସ୍ତ ଓଭର ଖେଳି ୫ ୱିକେଟରେ ୭୪ ରନ୍‌ କରି ପରାଜୟ ହୋଇଥିଲା । ଖେଳକୁ ବିଧାନ ସେଠ ଓ ରୋଶନ ମେହେର ପରିଚାଳନା କରିଥିବା ବେଳେ ସ୍କୋରରରେ କଳିଙ୍ଗ ମହାନନ୍ଦ ଓ ନିଳାଞ୍ଚଳ ଭୋଇ ଦାୟିତ୍ୱ ନେଇଥିଲେ । ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ବେଥେଲ ଇଂରାଜୀ ମିଡ଼ିୟମ ସ୍କୁଲ ପରିଚାଳନା ନିର୍ଦେଶକ ଦିଲୀପ ସୁନା ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ କନକପୁର ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ ଅଶ୍ୱିନୀ ନାଏକ, କୋଚ ପ୍ରମୋଦ ମିଶ୍ର ଓ ବିପିନ ମିଶ୍ର ଯୋଗଦେଇଥିଲେ । ୫ ଦିନ ଧରି ଚାଲିଥିବା ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସୌମ୍ୟରଞ୍ଜନ ମିଶ୍ର, ତନ୍ମୟ ଘିଭେଲା, ଦିନବନ୍ଧୁ ମିଶ୍ର, କୈଳାଶ ମେହେର, ଶୁଭଂ ମେହେର, ଦିଲୀପ ଘିଭେଲା, ମୌସମ ମିଶ୍ର, ମଦନ ସୁନା, ରାଜା ଷାଣ୍ଢ, ବିଜୟ ନନ୍ଦ, କନ୍ଦର୍ପ ନନ୍ଦ, ପ୍ରକାଶ ନାଏକ, ସମ୍ବିତ ମହାନନ୍ଦ, ଆୟୁଷ ମହାନନ୍ଦ, ବାଦଲ ଘିଭେଲା, ରୋନକ ମେହେର, ସାନୁ ନନ୍ଦ, ସୁବାଷ ଷାଣ୍ଢ, ଜିତେନ ମହାକୁର, ସୁଶାନ୍ତ ଘଭେଲା, ମାୟାଧର ମହାକୁର ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.