csstore

କୁଚ୍‌ ବେହାର ଟ୍ରଫି କ୍ରିକେଟ ତୃତୀୟ ଦିବସ

  • ଓଡିଶା ବନାମ ହିମାଚଳ ପ୍ରଦେଶ

ବଲାଙ୍ଗିର,(ଦେବାଶିଷ ମିଶ୍ର) : ଓଡିଶା କ୍ରିକେଟ ଏସୋସିଏସନ ଓ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିର ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ଚାରି ଦିବସୀୟ କୁଚ୍‌ ବେହାର ଟ୍ରଫି କ୍ରିକେଟର ତୃତୀୟ ଦିବସ ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ଦିନର ଅସମାପ୍ତ ପାଳି ୭ ୱିକେଟରେ ୩୦୮ ରନ୍‌ରୁ ଖେଳ ଆରମ୍ଭ କରି ସମୁଦାୟ ୩୫୮ ରନ୍‌ ସଂଗ୍ରହ କରି ଓଡିଶା ଦଳ ଅଲ୍‌ ଆଉଟ ହୋଇଯାଇଥିଲେ । ୧୭୭ ରନ୍‌ର ପଛରେ ଥିବା ହିମାଚଳ ପ୍ରଦେଶ ଦଳ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୩ ୱିକେଟ ବିନିମୟରେ ୨୧୨ ରନ୍‌ ସଂଗ୍ରହ କରିଛନ୍ତି । ହିମାଚଳ ଦଳ ତରଫରୁ ବାସ୍ତବ ଗର୍ଗ ସର୍ବାଧିକ ୯୪ ରନ୍‌ , ଅର୍ପିତ ସିଂ ୩୧ ରନ୍‌ ଓ ଆଦିତ୍ୟ କଟାରିଆ ଅପରାଜିତ ୬୪ ରନ୍‌ ସଂଗ୍ରହ କରିଛନ୍ତି । ଓଡିଶା ଦଳ ତରଫରୁ ସୟଦ ଟାଫେଲ ଅହମ୍ମଦ ୨ ଗୋଟି ଓ ଅର୍ପିତ ମହାନ୍ତି ୧ ୱିକେଟ ଅକ୍ତିଆର କରିଛନ୍ତି । କ୍ରୀଡା ସଂସଦ ସାଧାରଣ ସଂପାଦକ ହରି ନାରାୟଣ ପୁଜାରୀ, ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ, ଶତୃଘନ ସିଂହ, କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, କାଉନସିଲ ସଭ୍ୟ ପ୍ରଭାତ କୁମାର ମିଶ୍ର, ଫୁଟବଲ ସଂପାଦକ ଶରତ ନନ୍ଦ, କ୍ରୀଡା ସଂପାଦକ ବିଭୁତି ପଣ୍ଡା, ବରିଷ୍ଠ ସଭ୍ୟ ରମାକାନ୍ତ ସେଟ, ସୁଧୀର ଚନ୍ଦ୍ର ପଣ୍ଡା, ରବୀନ୍ଦ୍ର କୁମାର ମିଶ୍ର, ଗୌର ଚନ୍ଦ୍ର ପ୍ରଧାନ, ସିଦେ୍ଧଶ୍ୱର ମିଶ୍ର, କୋଚ ଅରୁଣ କୁମାର ନାୟକ, ପୃଥ୍ୱୀରାଜ ମିଶ୍ର, ସୁନୀଲ ଚନ୍ଦ୍ର ବିଶ୍ୱାଲ, ସୂର୍ଯ୍ୟ ମିଶ୍ର, ଚେତନାନନ୍ଦ ପଣ୍ଡା, ଶ୍ରୀକାନ୍ତ ରାଉତ ପ୍ରମୁଖ ଷ୍ଟାଡିୟମରେ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।

jayashree
Leave A Reply

Your email address will not be published.