ଓଡିଶା ପୋଲିସ ପକ୍ଷରୁ ସାଇବର୍‌ କମ୍‌ପ୍ଲେକ୍ସ ଉଦଘାଟିତ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆଜି ଭୁବନେଶ୍ୱର ଠାରେ ଓଡିଶା ପୋଲିସ ପକ୍ଷରୁ ସାଇବର ଅପରାଧକୁ ରୋକ୍‌ ଲଗାଇବା ପାଇଁ ସାଇବର କମ୍‌ପ୍ଲେକ୍ସ ଉଦଘାଟନ କରିଛନ୍ତି ପୁଲିସ ଡିଜି ଅଭୟ । ତେବେ ଏହି ଉଦ୍‌ଘାଟନ ଅବସରରେ ବିଶେଷ କିଛି ସୂଚନା ଦେଇଛନ୍ତି ଡିଜି । ସାଇବର୍‌ ଅପରାଧ ମୁକାବିଲା ବର୍ତ୍ତମାନ ଆମ ପାଇଁ ବଡ ଚ୍ୟାଲେଂଜ୍‌ ପାଲିଟିଛି । ଏହାର ମୁକାବିଳା କରିବା ପାଇଁ ପୁଲିସ କର୍ମଚାରୀମାନଙ୍କ ଦକ୍ଷତା ବୃଦ୍ଧିର ଆବଶ୍ୟକତା ମଧ୍ୟ ରହିଛି । ଜାତୀୟ ପୁଲିସ ଏକାଡେମୀରେ ଥିବା ନ୍ୟାସନାଲ ଡିଜିଟାଲ୍‌ କ୍ରାଇମ୍‌ ରିସର୍ଚ ଆଣ୍ଡ ଟ୍ରେନିଂ ସେଣ୍ଟର (ଏନଡିସିଆରଟିସି) ପକ୍ଷରୁ ପୁଲିସ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରାଯିବା ନେଇ ଜାତୀୟ ପୁଲିସ ଏକାଡେମୀ ସହ ଆଲୋଚନା ହୋଇଛି ବୋଲି ଡିଜି ତଥା ପୁଲିଦ ର୍ନିଦ୍ଦେଶକ ଅଭୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.