Daily Archives

ଚାଲିଗଲେ ବରିଷ୍ଠ ସାହିତ୍ୟିକ ପଣ୍ଡିତ ମଦନ ମୋହନ ମିଶ୍ର

କେନ୍ଦୁଝର, (କେପିଏନ୍‌ଏସ୍‌) : ଚାଲିଗଲେ ବରିଷ୍ଠ ସାହିତ୍ୟିକ ପଣ୍ଡିତ ମଦନ ମୋହନ ମିଶ୍ର(୯୫) । ବାର୍ଦ୍ଧକ୍ୟଜନିତ ରୋଗରେ ସେ ପୀଡ଼ିତ ଥିଲେ । ଆଜି ରାତି ୭ଟ। ୫୦ମି.ରେ ତାଙ୍କ ଦେହାନ୍ତ ହୋଇଥିବା ତାଙ୍କ ସୁପତ୍ର କବି ପିନାକୀ ମିଶ୍ର ସୂଚନା ଦେଇଛନ୍ତି । ସ୍ୱର୍ଗତ ପ୍ରାକ୍ତନ ସଂସ୍କୃତ ଶିକ୍ଷକ
Read More...

ମଣ୍ତିରେ ମୃତ ଚାଷୀ ପ୍ରହଲ୍ଲାଦ ରାଉତଙ୍କ ପରିବାରକୁ କୋଡିଏ ଲକ୍ଷ ଆର୍ଥିକ ସହାୟତା ପ୍ରଦାନ ପାଇଁ ଦାବୀ କଲା ବିଜେପି…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ଧାନମଣ୍ଡିରେ ମୃତ୍ୟୁବରଣ କରିଥିବା ଟେମରୀମାଲ ଗ୍ରାମର ଚାଷୀ ପ୍ରହଲ୍ଲାଦ ରାଉତଙ୍କୁ ସରକାର ୨୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ତଥା ପୂର୍ବତନ ବିଧାୟକ
Read More...

ଶିଷକେଲାରେ ଅଲ ଓଡିଶା ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ : ଦେବଗଡ଼ ବିଜୟୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଷକେଲା ଖେଳ ପଡିଆ ଠାରେ ଆଜି ତୃତୀୟ ବର୍ଷ ପାଇଁ ମା' ଘଣ୍ଟାସୁନି ଅଲ ଓଡ଼ିଶା ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ତେବେ ମହିଳା ମାନଙ୍କୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିବା ବେଳେ
Read More...

ବ୍ରହ୍ମପୁର ସହରର ଦଳିତ ବସ୍ତିବାସିନ୍ଦାଙ୍କୁ ପଟ୍ଟାପ୍ରଦାନ ପାଇଁ ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜିଲ୍ଲା ମହକୁମା ଛତ୍ରପୁର ସ୍ଥ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଶୁକ୍ରବାର ଦିନ ଭାରତୀୟ ବିକାଶ ପରିଷଦର ମୁଖ୍ୟ ସୁରେନ୍ଦ୍ର ପାଣିଗ୍ରାହୀଙ୍କ ନେତ୍ତୃତ୍ୱରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବ୍ରହ୍ମପୁର ସହରର
Read More...

ନୂତନ ଲମ୍ବିପାଲି ଗ୍ରାମରେ ପ୍ରବେଶ ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ନୂତନ ଲମ୍ବିପାଲି ଗ୍ରାମରେ ସମସ୍ତ ଗ୍ରାମବାସୀମାନେ ସ୍ୱଗୃହକୁ ପ୍ରବେଶ କରିଛନ୍ତି । ଏହି ଅବସରରେ ନୂଆ ଲମ୍ବିପାଲିରେ ନିକଟସ୍ଥ ଗ୍ରାମବାସୀମାନଙ୍କୁ ଗୃହ ଓ ଗ୍ରାମ ପ୍ରବେଶ ଉତ୍ସବ ପାଳନରେ ଯୋଗଦାନ ପାଇଁ
Read More...

ବେଗା ପଞ୍ଚାୟତ କରଡାବଣୀ ଗ୍ରାମର ଝିଅ ମାମିନା ପୃଷ୍ଟି ଆଜି ଗଂଦିଆ ହାଇସ୍କୁଲରେ ସଂସ୍କୃତ ଶିକ୍ଷୟତ୍ରୀ ଭାବେ ଯୋଗ ଦେଲେ

ଢେଙ୍କାନାଳ, (ତାପସ ଦାସ) : ଆଜି ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକ ବେଗା ପଞ୍ଚାୟତ କରଡାବଣୀ ଗ୍ରାମର ଝିଅ ମାମିନା ପୃଷ୍ଟି ଆଜି ଗଂଦିଆ ହାଇସ୍କୁଲରେ ସଂସ୍କୃତ ଶିକ୍ଷୟତ୍ରୀ (initial appointtee-revised for contractual teacher a regular ised post)ରୂପେ ନିଯୁକ୍ତି ପାଇଛନ୍ତି ।
Read More...

ଭାଜପା ବରଗଡ଼ ଜିଲ୍ଲାର କାର୍ଯ୍ୟକାରୀ କମିଟି ବୈଠକ ଓ ପ୍ରଶିକ୍ଷଣ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ବରଗଡ଼ ସଦର ମହକୁମା ସ୍ଥିତ ଘୁଲିପାଲିଠାରେ ଥିବା ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ୟାଳୟରେ କାର୍ଯ୍ୟକାରୀ କମିଟି ବୈଠକ ଓ କର୍ମୀ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀଙ୍କ ପୌରାହିତ୍ୟ
Read More...

୧୧ ଦଫା ଦାବୀରେ ଆଶା କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଦୀର୍ଘ ୧୬ ବର୍ଷ ଧରି ଲୋକଙ୍କ ସେବା କରି ଆସୁଥିବା ବେଳେ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ତାଙ୍କ ପ୍ରତି ନ୍ୟାୟ ପ୍ରଦାନ କରିନାହାନ୍ତି । ମହାମାରୀ କରୋନା ସମୟରେ ମଧ୍ୟ ସେମାନେ ଜୀବନକୁ ବାଜି ଲଗାଇ କାର୍ୟ୍ୟ କରିଛନ୍ତି । ତେବେ ତାଙ୍କ ଦରମା କି କୌଣସି
Read More...

ମିଲର୍ସଙ୍କ ମର୍ଜିରେ ଉଠୁଛି ଧାନ : ଆପ୍

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲାରେ ଧାନ ସଂଗ୍ରହ ଗତି ମନ୍ଥର ରହିଥିବା ବେଳେ ମିଲର୍ସଙ୍କ ମର୍ଜିରେ ମଣ୍ଡିରୁ ଧାନ ଉଠୁଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । ଆମ୍‌ ଆଦମୀ ପାର୍ଟିର ଅଭିଯୋଗ ଅନୁସାରେ ଦିନ ଦିନ ଧରି ଧାନ ପଡି ରହୁଥିଲେ ବି ଟ୍ୟାଗ ଆସୁ ନାହିଁ ବୋଲି ବାହାନା
Read More...

ଘର ଭିତରେ ପଶି ଯୁବକଙ୍କୁ ନିର୍ମମ ହତ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଗାନ୍ଧୀନଗରପଡାରେ ଏକ ଚାଂଚଲ୍ୟକର ହତ୍ୟା ଘଟଣା ଘଟିଥିବା ଦେଖିବାକୁ ମିଳିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘର ଭିତରକୁ ପଶି ଦୁଇ ଜଣ ଦୁର୍ବୃତ୍ତ ହତ୍ୟା କରି ଫେରାର ହୋଇଯାଇଥିବା କୁହାଯାଇଛି । ହତ୍ୟାର ଶିକାର ଯୁବକ ଜଣକ ହେଉଛନ୍ତି
Read More...