pakka

ନୂତନ ଲମ୍ବିପାଲି ଗ୍ରାମରେ ପ୍ରବେଶ ଉତ୍ସବ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ନୂତନ ଲମ୍ବିପାଲି ଗ୍ରାମରେ ସମସ୍ତ ଗ୍ରାମବାସୀମାନେ ସ୍ୱଗୃହକୁ ପ୍ରବେଶ କରିଛନ୍ତି । ଏହି ଅବସରରେ ନୂଆ ଲମ୍ବିପାଲିରେ ନିକଟସ୍ଥ ଗ୍ରାମବାସୀମାନଙ୍କୁ ଗୃହ ଓ ଗ୍ରାମ ପ୍ରବେଶ ଉତ୍ସବ ପାଳନରେ ଯୋଗଦାନ ପାଇଁ ନିମନ୍ତ୍ରଣ କରିଥିଲେ । ଏହି ଉପଲକ୍ଷେ ଗ୍ରାମ ମଧ୍ୟ ଭାଗରେ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ଆଜି ଅତାବିରା ବ୍ଲକ ଅନ୍ତର୍ଗତ ବଣପାହାଡ ଘେରା ସଂରକ୍ଷିତ ଜଙ୍ଗଲରେ ଥିବା ଲମ୍ବିପାଲି ଗ୍ରାମବାସୀମାନେ ୭୭ ବର୍ଷ ପରେ ପୁଣି ବିସ୍ଥାପିତ ହୋଇଥିଲେ । ଏଥର କିନ୍ତୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାରେ ଓ ଜିଲ୍ଲା ପ୍ରଶାସନର ତତ୍ପରତାରେ ସମସ୍ତ ବିସ୍ଥାପିତ ପରିବାରଙ୍କୁ ଟାଙ୍ଗରପଡା ମୌଜାରେ ନୂତନ ଲମ୍ବିପାଲି ଗ୍ରାମ ସ୍ଥାପନ କରାଯାଇଥିଲା । ଆଜି ସମସ୍ତ ଗ୍ରାମବାସୀ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି । ନୂତନ ଭାବେ ସ୍ଥାପିତ ଉକ୍ତ ଗ୍ରାମରେ ସରକାରଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ ଜରିଆରେ ଆଜବେଷ୍ଟସ ଛାତ ପକ୍କା ଘର ସହ ବିଦ୍ୟୁତ, ପାନୀୟ ଜଳ, ଶୌଚାଳୟ, କମ୍ୟୁନିଟି ହଲ୍ ଆଦିର ସୁବିଧା କରାଯାଇଛି ।

jay balangir
Leave A Reply

Your email address will not be published.

three × 3 =