pakka

ବ୍ରହ୍ମପୁର ସହରର ଦଳିତ ବସ୍ତିବାସିନ୍ଦାଙ୍କୁ ପଟ୍ଟାପ୍ରଦାନ ପାଇଁ ଦାବୀ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜିଲ୍ଲା ମହକୁମା ଛତ୍ରପୁର ସ୍ଥ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଶୁକ୍ରବାର ଦିନ ଭାରତୀୟ ବିକାଶ ପରିଷଦର ମୁଖ୍ୟ ସୁରେନ୍ଦ୍ର ପାଣିଗ୍ରାହୀଙ୍କ ନେତ୍ତୃତ୍ୱରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବ୍ରହ୍ମପୁର ସହରର ବସ୍ତିବାସିନ୍ଦାଙ୍କୁ ପୋଲିସବଳ ପ୍ରୟୋଗ କରି ଜବରଦସ୍ତ ଉଚ୍ଛେଦ କରିବା ଘଟଣାକୁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ତୀବ୍ର ନିନ୍ଦା କରାଯାଇଛି । ବ୍ରହ୍ମପୁର ତହସିଲ ଅନ୍ତର୍ଗତ ଲାଞ୍ଜିପଲ୍ଲୀ ରାଜସ୍ୱ ମୌଜା ଗୌଡ଼ ବନ୍ଧସାହିର ୧୨୦ ଗୃହହୀନ ପରିବାର, ମାଧବପୁର ରାଜସ୍ୱ ମୌଜା ଋଷିକୂଲ୍ୟା କେନାଳ ଆଡ଼ି ପିଚିପିଚିଆ ନଗର ସାହିର ୭୪ଟି ଗୃହହୀନ ଜମିହୀନ ପରିବାର, ବାଲାଜୀପେଣ୍ଠ ସାହି ବସ୍ତି ବାସିନ୍ଦାଙ୍କର ଏବଂ ଶଶିଭୂଷଣ ରାଜସ୍ୱ ମୌଜାର ଋଷିକୂଲ୍ୟା କେନାଲ ଆଡ଼ି ଏରିୟାର ୩୫ ଗୃହହୀନ ପରିବାର ସମେତ ସର୍ବୋପରି ସମସ୍ତ ଗୃହହୀନ, ଜମିହୀନ, ଦଳିତ ଖଟିଖିଆ, ଦିନମଜୁରିଆ, ପରିବାରଙ୍କୁ କିସମ ବଦଳାଇ ଜମି ପଟ୍ଟା ପ୍ରଦାନ କରାଯାଉ କିମ୍ବା ଏଲିନେସନ କରି ପିଚିପିଚିଆ ନଗରବାସୀଙ୍କୁ ଏବଂ ବାଲାଜୀପେଣ୍ଠ ସାହି ବାସିନ୍ଦାଙ୍କୁ ପଟ୍ଟାପ୍ରଦାନ କରିବା ନିମନ୍ତେ ଦୃଢ଼ ଦାବୀ କରାଯାଇଛି । ପ୍ରକାଶ ଥାଉକି, ଜାତୀୟ ଗ୍ରୀନ ଟ୍ରିବୁନାଲ କେସ୍‌ ନଂ ୮୨/୨୦୧୫ ଦ୍ୱାରା ଉଚ୍ଛେଦ ପାଇଁ ନୋଟିସ କରାଯାଇଥିଲା । ଏହାର ପ୍ରତିବାଦରେ ମାନ୍ୟବର ଉଚ୍ଚନ୍ୟାୟାଳୟ ରିଟ୍-ପିଟିସନ ଜରିଆରେ ମାମଲା ରୁଜୁ କରି ବିଏମ୍‌ସି କମିଶନରଙ୍କୁ ଏହି ଦଳିତ ପରିବାରଙ୍କୁ ଥଇଥାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ଏହାକୁ ଭୃକ୍ଷେପ କରି ସେମାନଙ୍କୁ ଅନ୍ୟତ୍ର ଥଇଥାନ ନ କରି ଗତ ୭ ତାରିଖରେ ପୋଲିସ ଦ୍ୱାରା ବଳ ପ୍ରୟୋଗ କରି ଆବାଳବୃଦ୍ଧ ବନିତା, ମହିଳା ଶିଶୁଙ୍କୁ ମଧ୍ୟ ଥଣ୍ଡା ଶୀତ କାକର, ଝଡିବର୍ଷା ସହ ରାତ୍ରିକାଳ ଆଠ ଘଣ୍ଟା ସମୟରେ ଜୋରଜବରଦସ୍ତ ଘରୁ ବାହାର କରି ଅସାମ୍ବିଧାନିକ ଭାବେ ବର୍ବରତା ପ୍ରଦର୍ଶନ କରିଥିବା ନେଇ ଏଠାରେ ପ୍ରଶାସନକୁ ତୀବ୍ରନିନ୍ଦା କରାଯାଇ କଟୁ ସମାଲୋଚନା କରାଯାଇଛି । ଭାରତୀୟ ବିକାଶ ପରିଷଦର ମୁଖ୍ୟ ସୁରେନ୍ଦ୍ର ପାଣିଗ୍ରାହୀଙ୍କ ନେତ୍ତୃତ୍ୱରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ଏ ସମ୍ପର୍କରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଠାରେ ଦର୍ଶାଇ କୁହାଯାଇଛି ଯେ, ବ୍ରହ୍ମପୁର ତହସିଲ ଅନ୍ତର୍ଗତ ମାଧବପୁର ମୌଜାର ଖାତା ନଂ. ୧୧୦୩/୪୬, ପ୍ଲଟନଂ. ୯୦୧ ଏରିୟା ଏ-୦.୦୧୫ ଡେସିମିକୁ କିସମ ପରିବର୍ତ୍ତନ କରି ଯେମିତି ଘରବାଡି କରି କୋଣ୍ଡାଲା ଜନାର୍ଦ୍ଦନ ରାଓ ଓ ଓଗେରାଙ୍କୁ ପଟ୍ଟା ପ୍ରଦାନ କରାଯାଇଛି, ଏପରିକି ଲାଞ୍ଜିପଲ୍ଲୀ ରାଜସ୍ୱ ମୌଜାର ଧୋବାବନ୍ଧ ଆଡ଼ି ସ୍ଥ ପଣ୍ଡା କଲୋନୀରେ ଅବସ୍ଥିତ ନବୀନ କାର୍ଯ୍ୟାଳୟ ପାଇଁ କିସମ ପରିବର୍ତ୍ତନ କରାଯାଇଛି । ଏପରିକି ବହୁ ମାନ୍ୟଗଣ୍ୟ ପରିବାରଙ୍କୁ ଚଞ୍ଚକତାର ସହ ଜମିଘର ବାଡି ପଟ୍ଟା ଦିଆଯାଇଛି । ସେଭଳି କିସମ ପରିବର୍ତ୍ତନ କରି ଅବା ୯୯ ବର୍ଷ ପାଇଁ ଲିଜ୍ ସୂତ୍ରରେ ସେମାନଙ୍କୁ ପଟ୍ଟା ପ୍ରଦାନ କରିବାକୁ ଗୁହାରି କରାଯାଇଛି । ସମସ୍ତେ ପ୍ରାୟତଃ ୬୦ବର୍ଷରୁ ଅଓିକ କାଳ ହେଲା ବସତି ସ୍ଥାପନ କରି ରହି ଆସିଥିବା ଗରିବ ଦଳିତ ନିଷ୍ପେସିତ ଜମିହୀନ ଗୃହହୀନ, ଖଟିଖିଆ, ଦିନମଜୁରିଆ, ପରିବାରଙ୍କୁ କିସମ ବଦଳାଇ ଜମିପଟ୍ଟା ପ୍ରଦାନ କରିବାକୁ ବିକ୍ଷୋଭ କରି କୁହାଯାଇଛି । ଯାହାକି ସାମ୍ବିଧାନିକ ଅଧିକାର ଭାବେ ଭାରତୀୟ ସମ୍ବିଧାନ ଧାରା ୩୦୦(କ) ଅନୁଯାୟୀ ସମ୍ପୂର୍ଣ୍ଣ ଅଧିକାର ରହିଛି, ବୋଲି ବର୍ଣ୍ଣନା କରାଯାଇଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଦଳିତ ପରିବାରଙ୍କୁ ଯଥାଶୀଘ୍ର ପଟ୍ଟାପ୍ରଦାନ ନ କଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ, ବିଧାନସଭା ଘେରାଉ କରିବା ଭଳି ପଦକ୍ଷେପ ନିଆଯିବ ବୋଲି କର୍ଣ୍ଣଧାରୀ ସୁରେନ୍ଦ୍ର ପାଣିଗ୍ରାହୀ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।

jay balangir
Leave A Reply

Your email address will not be published.

five × 4 =