pakka

ମିଲର୍ସଙ୍କ ମର୍ଜିରେ ଉଠୁଛି ଧାନ : ଆପ୍

bbehera

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲାରେ ଧାନ ସଂଗ୍ରହ ଗତି ମନ୍ଥର ରହିଥିବା ବେଳେ ମିଲର୍ସଙ୍କ ମର୍ଜିରେ ମଣ୍ଡିରୁ ଧାନ ଉଠୁଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । ଆମ୍‌ ଆଦମୀ ପାର୍ଟିର ଅଭିଯୋଗ ଅନୁସାରେ ଦିନ ଦିନ ଧରି ଧାନ ପଡି ରହୁଥିଲେ ବି ଟ୍ୟାଗ ଆସୁ ନାହିଁ ବୋଲି ବାହାନା କରୁଛନ୍ତି ମଣ୍ଡି କର୍ମଚାରୀ । ଅନ୍ୟ ପଟେ ଅଖା ବସ୍ତା କିଣିବାକୁ ଚାଷୀ ବାଧ୍ୟ ହେଉଛି ବୋଲି ଆପ୍ ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର ଅଭିଯୋଗ କରିଛନ୍ତି । ବରଗଡ଼ ଉପକଣ୍ଠ ଗୁଡ଼େସିରା ମାର୍କେଟରେ ଗତ ୨ ତାରିଖରୁ ବିଦ୍ୟୁତ ସଂଯୋଗ ବ୍ୟାହତ ହୋଇଥିବା ବେଳେ ଦୈନିକ ଦୁଇ ହଜାର ଟଙ୍କା ଭଡା ଦେଇ ଜେନେରେଟର କାମ ଚଳାଉଛନ୍ତି ମାର୍କେଟ ଅଧିକାରୀ । ସେହିପରି ଆଦ୍ରତାର ଆଳ ଦେଖାଇ କ୍ୱିଣ୍ଟାଲ ପ୍ରତି ଏକ କିଲୋରୁ ପାଞ୍ଚ କିଲୋ ଧାନ କଟନୀ କରୁଥିବା ଆପ୍ ଅଭିଯୋଗ କରିଛି । ଗତ ଗୁରୁବାର ଓ ଶୁକ୍ରବାର ଦିନ ଆମ୍ ଆଦମୀ ପାର୍ଟିର ଏକ ପ୍ରତିନିଧି ଦଳ ବିଭିନ୍ନ ମାର୍କେଟ ବୁଲି ଚାଷୀଙ୍କ ସହ ଆଲୋଚନା କରିଥିଲେ । ଏହି ଦଳ କଳାପାଣି, ଅତାବିରା, ଗୋଡ଼ଭଗା, ପାହାଡ଼ଶ୍ରୀଗିଡା, ଗୁଡ଼େସିରା, ଖରମୁଣ୍ଡା ଆଦି ମାର୍କେଟ ବୁଲି ବିଭିନ୍ନ ଅନିୟମିତତା ଦେଖିବାକୁ ପାଇଥିଲା ବୋଲି କୁହାଯାଇଛି ।

jay balangir
Leave A Reply

Your email address will not be published.

one + six =