pakka

ଘର ଭିତରେ ପଶି ଯୁବକଙ୍କୁ ନିର୍ମମ ହତ୍ୟା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଗାନ୍ଧୀନଗରପଡାରେ ଏକ ଚାଂଚଲ୍ୟକର ହତ୍ୟା ଘଟଣା ଘଟିଥିବା ଦେଖିବାକୁ ମିଳିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘର ଭିତରକୁ ପଶି ଦୁଇ ଜଣ ଦୁର୍ବୃତ୍ତ ହତ୍ୟା କରି ଫେରାର ହୋଇଯାଇଥିବା କୁହାଯାଇଛି । ହତ୍ୟାର ଶିକାର ଯୁବକ ଜଣକ ହେଉଛନ୍ତି ଗାନ୍ଧୀନଗରପଡାର ଅରବିନ୍ଦ କୁମାର ସିଂ । ତାଙ୍କ ବୟସ ୩୭ ବୋଲି ଜଣାପଡିଛି । ଘରେ କେହି ନଥିବା ବେଳେ ସାନ୍ଧ୍ୟା ୬ଟାରେ ଦୁଇ ଜଣ ଦୁର୍ବୃତ୍ତ ଘରେ ପଶି ଯୁବକଙ୍କୁ ହତ୍ୟା କରି ଫେରାର ହୋଇଯାଇଛନ୍ତି । ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ଘର ଭିତରେ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘର ଭିତରେ ମୃତ ଦେହ ପଡିରହିଛି । ଖବର ପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ କାରଣରୁ ହତ୍ୟାକାଣ୍ଡ ଘଟିଛି ତାହା ଅସ୍ପଷ୍ଟ ରହିଛି ।

jay balangir
Leave A Reply

Your email address will not be published.

fourteen − 6 =