jayashree

ସମ୍ଭାବ୍ୟ ବାତ୍ୟା ପାଇଁ ଘୁଞ୍ଚିଲା ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି : ୨୬ ତାରିଖରେ ହେବନି ଅଭିଯୋଗ ଶୁଣାଣି

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସ୍ଥଗିତ ରହିଲା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନଶୁଣାଣି କାର୍ଯ୍ୟକ୍ରମ । ଆସନ୍ତା ସୋମବାର, ଅକ୍ଟୋବର ୨୬ ତାରିଖରେ ଭୁବନେଶ୍ୱରର ୟୁନିଟ୍‌-୨ ଅଶୋକ ନଗରସ୍ଥିତ ପୁରୁଣା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏହି ଜନଶୁଣାଣି ହେବାର କାର୍ଯ୍ୟକ୍ରମ ଥିଲା । ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେବେ ଏହି ଜନଶୁଣାଣି ପାଇଁ ପୂର୍ବରୁ ଅନଲାଇନ୍‌ରେ ପଞ୍ଜୀକରଣ କରିଥିବା ଲୋକଙ୍କୁ ପରବର୍ତ୍ତୀ ଜନଶୁଣାଣି ପାଇଁ ପୁନର୍ବାର ପଞ୍ଜୀକରଣ କରିବାକୁ ପଡ଼ିବ ନାହିଁ ବୋଲି ବିଭାଗ ସ୍ପଷ୍ଟ କରିଛି । ଅନ୍ୟପଟେ, ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆଜି ମୁଖ୍ୟମନ୍ତ୍ରୀ ଏକ ପ୍ରସ୍ତୁତି ବୈଠକ କରିଛନ୍ତି । ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସେ କହିଛନ୍ତି । ବାତ୍ୟା ଯୋଗୁଁ ଯେପରି ଜଣେ ହେଲେ ମୃତ୍ୟୁବରଣ ନ କରନ୍ତି, ସେଥିପାଇଁ ସମସ୍ତ ପ୍ରକାର ଆଗୁଆ ପଦକ୍ଷେପ ନିଆଯାଉଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.