ମଣ୍ତିରେ ମୃତ ଚାଷୀ ପ୍ରହଲ୍ଲାଦ ରାଉତଙ୍କ ପରିବାରକୁ କୋଡିଏ ଲକ୍ଷ ଆର୍ଥିକ ସହାୟତା ପ୍ରଦାନ ପାଇଁ ଦାବୀ କଲା ବିଜେପି କୃଷକ ମୋର୍ଚ୍ଚା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ଧାନମଣ୍ଡିରେ ମୃତ୍ୟୁବରଣ କରିଥିବା ଟେମରୀମାଲ ଗ୍ରାମର ଚାଷୀ ପ୍ରହଲ୍ଲାଦ ରାଉତଙ୍କୁ ସରକାର ୨୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ବରେ ଏକ ବିଜେପି ପ୍ରତିନିଧି ଦଳ ବରଗଡ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କୁ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ତାଙ୍କ ସହ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର, ରାଜ୍ୟ କୃଷକ କାର୍ୟ୍ୟକାରିଣୀ ସଦସ୍ୟ ଗୋବର୍ଦ୍ଧନ ଅଗ୍ରୱାଲ, ସତ୍ୟନାରାୟଣ ବେହେରା ସାମିଲ ଥିଲେ । ଦାବୀପତ୍ରରେ ମୃତ୍ୟୁବରଣ କରିଥିବା ଚାଷୀଙ୍କୁ ଆର୍ଥିକ ସହାୟତା ୨୦ ଲକ୍ଷ ଟଙ୍କା ପ୍ରଦାନ, ମରୁଡ଼ି ଘୋଷଣା, ଟୋକନରେ ଅବ୍ୟବସ୍ଥା କରିଥିବା କର୍ମଚାରୀ ବିରୁଦ୍ଧରେ କାର୍ୟ୍ୟନୁଷ୍ଠାନ, ଏଚ୍‌ଡିଏଫ୍‌ସି ଏଗ୍ରୋ ବୀମା କମ୍ପାନୀର ମନମୁଖୀ ଲୁଣ୍ଠନ ବିରୁଦ୍ଧ ପ୍ରତି ପଦକ୍ଷେପ ନେବାକୁ ଶ୍ରୀ ପୁରୋହିତ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.