pakka

ଚାଲିଗଲେ ବରିଷ୍ଠ ସାହିତ୍ୟିକ ପଣ୍ଡିତ ମଦନ ମୋହନ ମିଶ୍ର

bbehera

କେନ୍ଦୁଝର, (କେପିଏନ୍‌ଏସ୍‌) : ଚାଲିଗଲେ ବରିଷ୍ଠ ସାହିତ୍ୟିକ ପଣ୍ଡିତ ମଦନ ମୋହନ ମିଶ୍ର(୯୫) । ବାର୍ଦ୍ଧକ୍ୟଜନିତ ରୋଗରେ ସେ ପୀଡ଼ିତ ଥିଲେ । ଆଜି ରାତି ୭ଟ। ୫୦ମି.ରେ ତାଙ୍କ ଦେହାନ୍ତ ହୋଇଥିବା ତାଙ୍କ ସୁପତ୍ର କବି ପିନାକୀ ମିଶ୍ର ସୂଚନା ଦେଇଛନ୍ତି । ସ୍ୱର୍ଗତ ପ୍ରାକ୍ତନ ସଂସ୍କୃତ ଶିକ୍ଷକ ମଦନ ମୋହନ ମିଶ୍ର କଳାତରଣ, ରସହଂସୀ, ମଣିପଦ୍ମା, ଶୂନ୍ୟନୀଳ, ପଦ୍ମପଥିକ, ମେଘମାୟା ଆଦି କବିତା ପୁସ୍ତକର କବି । ସେ ଜଣେ ସଫଳ ପ୍ରାବନ୍ଧିକ, ଐତିହାସିକ, ଗାଳ୍ପିକ, ଆକାଶବାଣୀ କଟକର ସ୍ୱୀକୃତିପ୍ରାପ୍ତ ଗୀତିକାର, ମିଳନୀ ସାହିତ୍ୟ ସଂସଦର ଅନ୍ୟତମ ପ୍ରତିଷ୍ଠାତା । ଦୀର୍ଘବର୍ଷ ଧରି ସେ ମିଳନୀ ସାହିତ୍ୟ ସଂସଦର ସଭାପତି ଦାୟିତ୍ୱ ଗ୍ରହଣ କରିଥିଲେ । ବିଭିନ୍ନ ପତ୍ର ପତ୍ରିକାରେ ତାଙ୍କ ପ୍ରକାଶିତ ପ୍ରବନ୍ଧ ସବୁ ପ୍ରବନ୍ଧ ପୁସ୍ତକ ‘ଶବ୍ଦସ୍ନିଗ୍ଧ ଆକାଶ’ ଏବେ ଯନ୍ତ୍ରସ୍ଥ । ଓଡ଼ିଆ ସାହିତ୍ୟ ଜଗତ ତାଙ୍କ ଅବଦାନରେ ସମୃଦ୍ଧ । ପଣ୍ଡିତ ମଦନ ମୋହନ ମିଶ୍ରଙ୍କ ପରଲୋକରେ ଓଡ଼ିଆ ସାହିତ୍ୟ ଜଗତର ଅପୂରଣୀୟ କ୍ଷତି ଘଟିଛି ।

jay balangir
Leave A Reply

Your email address will not be published.

8 + 19 =