pakka

ଭାଜପା ବରଗଡ଼ ଜିଲ୍ଲାର କାର୍ଯ୍ୟକାରୀ କମିଟି ବୈଠକ ଓ ପ୍ରଶିକ୍ଷଣ ଶିବିର

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ବରଗଡ଼ ସଦର ମହକୁମା ସ୍ଥିତ ଘୁଲିପାଲିଠାରେ ଥିବା ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ୟାଳୟରେ କାର୍ଯ୍ୟକାରୀ କମିଟି ବୈଠକ ଓ କର୍ମୀ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀଙ୍କ ପୌରାହିତ୍ୟ ସଭାରେ ରେଙ୍ଗାଲୀ ବିଧାୟକ ନାଉରୀ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଗାମୀ ଦିନରେ କର୍ମୀମାନେ ନିଜ ଅଞ୍ଚଳରେ କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଁ ପରାମର୍ଶ ଦେଇଥିଲେ । ସେହିପରି ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳକୁ ମଜଭୁତ ଭାବରେ କାର୍ଯ୍ୟକାରୀ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବାକୁ ଆହ୍ବାନ କରିଥିଲେ । ସଭା ଆରମ୍ଭ ପୂର୍ବରୁ ବିଧାୟକ ନାଉରୀ ନାଏକ କାର୍ଯ୍ୟାଳୟ ସମ୍ମୁଖରେ ଦଳୀୟ ପତାକା ଉତ୍ତୋଳନ କରି ଶିବିରକୁ ଉଦ୍‌ଘାଟନ କରିଥିଲେ । ସଭାପତି ଅଶ୍ଵିନୀ ଷଡ଼ଙ୍ଗୀ ଆଗାମୀ ଯୋଜନା ଓ ଦଳ ଆଗମୀ ପଞ୍ଚାୟତ ନିର୍ବାଚନରେ ଦଳର ରଣନୀତି ପ୍ରସ୍ତୁତି ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ବୈଠକରେ ବରଗଡ଼ ଜିଲ୍ଲାର ବିଭିନ୍ନ ସମସ୍ୟା, ଗୋବିନ୍ଦ କୁମାର ହାଜତ ମୃତ୍ୟୁ, ମମିତା ମେହେର ହତ୍ୟା, ରାଜ୍ୟ ସରକାରଙ୍କ ଗୃହ ବିଭାଗ ରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା, ଜିଲ୍ଲାରେ ଧାନ କିଣାରେ ଅନିୟମିତତା ଓ ଚାଷୀମାନଙ୍କ ସମସ୍ୟା ଉପରେ ବକ୍ତାମାନେ ମତପ୍ରକାଶ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାସିଷ ଆଚାର୍ୟ୍ୟ, ବରିଷ୍ଠ ନେତା ସୁରେଶ୍ଵର ଶତପଥୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ, ପୂର୍ବତନ ବିଧାୟକ ମହମ୍ମଦ ରଫିକ, ଅରୁପା ସାହୁ, ସୌରି ବାରିକ୍ ପ୍ରମୁଖ ମଞ୍ଚାସୀନ ଥିଲେ ।

jay balangir
Leave A Reply

Your email address will not be published.

eighteen − 8 =