କଂସାରୀପଡ଼ା ଜନବସତି ଭିତରେ ମକୁଳା ହୋଇ ପଡିଛି ଟ୍ରାନ୍ସଫର୍ମର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରପାଲିକା ଅନ୍ତ୍ରର୍ଗତ କଂସାରୀପଡାରେ ଥିବା ଟ୍ରାନ୍ସଫର୍ମର ମୁକୁଳା ହୋଇ ପଡିଛି । ଏହାଦ୍ୱାରା ଭବିଷ୍ୟତରେ ଅଘଟଣ ଘଟିବାର ସମ୍ଭାବନା ରହିଛି । ଟାନ୍ସଫର୍ମର ପାଖକୁ ଲାଗି ଜନବସତି ଥିବାରୁ ଲୋକଙ୍କ ମନରେ ଭୟ ସୃଷ୍ଟି ହେଲାଣି । କିଛି ଅଘଟଣ ନ ଘଟିବା ଆଗରୁ ପ୍ରଶାସନ ଏଥିପ୍ରତି ସଜାଗ ହୋଇ ଏହାର ଚାରିପଟେ ବାଡା ଦେବା ଦରକାର ବୋଲି ପଡାବାସୀ କହିଛନ୍ତି । ଏଥିପ୍ରତି ବିଦ୍ୟୁତ୍‌ ବିଭାଗ ଯଥାଶୀଘ୍ର ପଦକ୍ଷେପ ନେବାକୁ ଦାବୀ ହେଉଛି ।

Leave A Reply

Your email address will not be published.