jsm

ସରକାରୀ କର୍ମଚାରୀ ଏବଂ ଜନ ପ୍ରତିନିଧିମାନେ ନିଜ ପିଲାଙ୍କୁ ସରକାରୀ ସ୍କୁଲରେ ପାଠ ପଢ଼ାନ୍ତୁ : ପଶ୍ଚିମ ଓଡିଶା ଯୁବସେନା

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : “ପଶ୍ଚିମ ଓଡିଶା ଯୁବ ସେନା” ତରଫରୁ ଆଜି ପ୍ରଥମ ଥର ପାଇଁ ଗାଇସିଲେଟ ବ୍ଲକରୁ ସରକାରୀ କର୍ମଚାରୀ ଏବଂ ଜନ ପ୍ରତିନିଧିମାନଙ୍କ ଶିଶୁମାନଙ୍କୁ ବାଧ୍ୟତାମୂଳକ ଭାବେ ସରକାରୀ ସ୍କୁଲରେ ପାଠ ପଢ଼େଇବା ନିମନ୍ତେ ଏବଂ କମ ଛାତ୍ରଛାତ୍ରୀ ଥିବା ସ୍କୁଲ ଗୁଡ଼ିକୁ ବନ୍ଦ ନ କରିବା ସକାଶେ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଛି । ଏହି ଦାବୀପତ୍ର ପ୍ରଦାନ କରିବା ସମୟରେ ଅଚ୍ୟୁତ ସିପୁନ ଖମାରୀ ଏବଂ ଡିଲେଶ୍ୱର ବାଗ ଉପସ୍ଥିତ ଥିଲେ ।

ଅଗାମୀ ଦିନରେ ଏହି ଦାବୀଗୁଡ଼ିକୁ ପୂରଣ କରା ନଗଲେ “ପଶ୍ଚିମ ଓଡ଼ିଶା ଯୁବସେନା” ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବ ବୋଲି ଆବାହକ ଶ୍ରୀ ବାଗ କହିଛନ୍ତି । ଶିକ୍ଷା ହେଉଛି ସମସ୍ତଙ୍କ ମୌଳିକ ଅଧିକାର । ଶିକ୍ଷାର ଘରୋଇକରଣ ବନ୍ଦ କରାଯାଉ, ନଚେତ ଆନ୍ଦୋଳନ ଉଗ୍ର ରୂପ ନେବ । ସମସ୍ତ ବେତନଭୋଗୀ ସରକାରୀ କର୍ମଚାରୀମାନେ ନୈତିକତା ଦୃଷ୍ଟିରୁ ନିଜ ନିଜ ପିଲାଛୁଆଙ୍କୁ ସରକାରୀ ବିଦ୍ୟାଳୟରେ ପାଠ ପଢେଇବା ପାଇଁ ପ୍ରସ୍ତୁତ ହୁଅନ୍ତୁ । କାହିଁକି ନା ଆପଣମାନଙ୍କ ବେତନ ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ ଲୋକଙ୍କ ଟିକସ ରାଶିରୁ ଦିଆଯାଉଛି । ଆପଣମାନେ ସାଧାରଣ ଲୋକଙ୍କ ସହ ଧୋକା କରନ୍ତୁ ନାହିଁ ବୋଲି ଶ୍ରୀ ବାଗ କହିଛନ୍ତ । ଅଗାମୀ ଦିନମାନଙ୍କରେ ପଶ୍ଚିମ ଓଡିଶାର ସମସ୍ତ ବ୍ଲକରୁ ଏହି ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯିବ ବୋଲି ପଶ୍ଚିମ ଓଡିଶା ଯୁବସେନା ବାର୍ତ୍ତା ଦେଇଛନ୍ତି । ଏହି ଉଦ୍ଦେଶ୍ୟ ସଫଳ ହେଲେ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

yuvodaya
Leave A Reply

Your email address will not be published.