jsm

ବିଜେଡି ପକ୍ଷରୁ ଜନ ସଚେତନତା ଅଭିଯାନ : ଅର୍କେଶଙ୍କ ଦ୍ୱାରା ମାସ୍କ ଓ ସେନିଟାଇଜର୍‌ ବଣ୍ଟନ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଜୁ ଜନତା ଦଳ କୋଭିଡ ମହାମାରୀ ସଂପର୍କରେ ରାଜ୍ୟବାସୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨ ପର୍ୟ୍ୟନ୍ତ ରାଜ୍ୟବ୍ୟାପୀ ଜନ ସଚେତନତା ଅଭିଯାନ ଅୟୋଜନ କରୁଛି । ସେହିକ୍ରମରେ ପୁର୍ବତନ ସାଂସଦ କଳିକେଶ ସିଂଦେଓଙ୍କ ନେତୃତ୍ୱରେ ପୁର୍ବରୁ ବାଲାଙ୍ଗିର ଓ ଦେଓଗାଁ ବ୍ଲକରେ ଏହି ଅଭିଯାନ କାରାଯାଇଥିବା ବେଳେ ଆଜି ବଲାଙ୍ଗିର ସହରରେ ଅର୍କେଶ ସିଂଦେଓଙ୍କ ନେତୃତ୍ୱରେ ଜନ ସଚେତନତା ଅଭିଯାନ କରାଯାଇଛି ।

ଅର୍କେଶ ଶତାଧିକ ବିଜେଡି କର୍ମୀଙ୍କ ସହ ଏକ ଶୋଭାଯାତ୍ରାରେ ବାହାରି ଦୋକାନ ଦୋକାନ ବୁଲି ଦୋକାନୀ, ଗ୍ର।ହକ ଓ ଉପସ୍ଥିତ ଜନତାଙ୍କୁ ମାସ୍କ ବଣ୍ଟନ କରିବା ସହ ସାବୁନରେ ବାରମ୍ବାର ହାତ ଧୋଇବା, ଆବଶ୍ୟକତା ନଥିଲେ ଘରୁ ନ ବାହାରିବା, ସାମାଜିକ ଦୁରତ୍ୱ ପାଳନ କରିବା ସହ କରୋନା ପ୍ରତି ବିଶେଷ ଭାବେ ସଚେତନ ରହିବାକୁ ନିବେଦନ କରିଥିଲେ । ଅଜି ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆରେ ଶତାଧିକ ଦଳୀୟ ନେତା ଓ କର୍ମୀବୃନ୍ଦ ଏକତ୍ରିତ ହୋଇଥିଲେ । କଳିକେଶ ସିଂଦେଓ ଏଠାରେ ଯୋଗଦାନ କରି ସଚେତନତା ଅଭିଯାନ ଆରମ୍ଭ କରିଥିଲେ । ବିଜେଡି କର୍ମୀମାନେ କଳା ମଣ୍ଡଳ ପଡିଆରୁ ବାହାରି ଭାଗୀରଥି ଛକ, ବିକ୍ରମ ଛକ, ଡେଲି ମାର୍କେଟ, ସମଲେଶ୍ୱରୀ ମନ୍ଦିର ଛକ, ସରକାରୀ ବସ ଷ୍ଟାଣ୍ଡ, କଚେରି ଛକ ଦେଇ କଳା ମଣ୍ଡଳ ପଡିଆକୁ ଫେରିବା ପରେ କାର୍ଯ୍ୟକ୍ରମ ଉଦ୍‌ଯାପିତ କାରାଯାଇଥିଲ। । ଲକ୍‌ଡାଉନ୍‌ ପରେ ସହରରେ ପ୍ରଥମ ଥର ଅର୍କେଶ ଖୋଲାଖୋଲି ଭାବେ ଦଳୀୟ କର୍ମୀ ତଥା ଜନସାଧାରଣଙ୍କ ସମ୍ମୁଖରେ ଆସିଥିବା ବେଳେ ଦଳୀୟ କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲ। ।

ଆଜିର ଏହି ସଚେତନତା ଅଭିଯାନରେ ରାଜେନ୍ଦ୍ର ହୋତା, ଗୁଞ୍ଜ ଖାନ, ସାଗର ସଂଗମ ଶତପଥି, ନିହାର ରଞ୍ଜନ ସ୍ୱାଇଁ, ସନ୍ତୋଷୀନୀ ବେହେରା, ଦମୟନ୍ତୀ ବାଗ, ଇତିଶ୍ରୀ ସାଏ, ଗୋଲାପ ବାଗ, ସୁଶିଲ ଚାନ୍ଦ, ଗୁରୁଦେବ ରଣା, ଓମକାର ନାୟକ, ଉମାଶଙ୍କର ସିଂ, ନରସଂହ ବାଗ, ଘୁଣ୍ଡୁ ମିଶ୍ର, ଭଗବାନ ବଗର୍ତ୍ତି, ସଞ୍ଜିବ ମିଶ୍ର, ପ୍ରଦୀପ ସାହୁ, କୈଲାସ ମହାନ୍ତି, ବୈଷ୍ଣବ ସାହୁ, ସରିତା ଦାଶ, ନୂତନ ସିନ୍ଦ୍ରୀଆ, ମୁନା ଖାନ, ଶମ୍ଭୁ ନାଗ, ନରହରି ରାଉତ, ରାମ ନାଏକ, ଗୋଲାପି ବାଗ, ଉପେନ ଦୀପ, ସତ୍ୟ ନାଏକ, ପ୍ରଦ୍ୟୁମ୍ନ ହୋତା, କୁଲାମଣି ମେହେର, ଆଶିର୍ବାଦ ସାହୁ, ଶୈଲେନ୍ଦ୍ର ସାହୁ, ସୁମନ ନନ୍ଦ, ବଣ୍ଟି ଚାନ୍ଦ, ସନ୍ତୋଷ ଦନ୍ତା ଓ ବିଭୁତି ଭୁଷଣ ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ ।

yuvodaya
Leave A Reply

Your email address will not be published.