jayashree

ଧୂମ୍‌ଧାମ୍‌ରେ ପାଳିତ ହେଲା ମା’ ଗଜଲକ୍ଷ୍ମୀଙ୍କ ପୂଜା

  • ଅଟୋ କଲୋନୀରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ୫୦ ବର୍ଷରେ ପଦାର୍ପଣ

ରାଉରକେଲା, (କେପିଏନ୍‌ଏସ୍‌) : ଦକ୍ଷିଣ ରାଉରକେଲା ଅଟୋ କଲୋନୀ ମା’ ଗଜଲକ୍ଷ୍ମୀଙ୍କ ପୂଜା ୫୦ ବର୍ଷରେ ପଦାର୍ପଣ କରିଛି । ଏହା ଏ ଅଂଚଳର ବହୁ ପୁରାତନ ପୂଜା, ଦୀର୍ଘ ବର୍ଷରୁ ବୟସ୍କ ଲୋକମାନେ ଏହି ପୂଜା କରି ଆସୁଥିଲେ । ବାର୍ଦ୍ଧକ୍ୟତା ହେତୁ ବୟସ୍କ ମାନେ ଯୁବପିଢିଙ୍କୁ ଏହିପୂଜା ଦାୟିତ୍ୱ ଦେଇଥିଲେ । ସେବେଠାରୁ ଯୁବପିଢ଼ି ମାନେ ଶାନ୍ତି ଶୃଙ୍ଖଳାର ସହିତ ପୂଜା କରିଆସୁଛନ୍ତି । ୫୦ ବର୍ଷରେ ପଦାର୍ପଣ କରିଥିବା ପୂଜା କମିଟିର ବରିଷ୍ଠ ସଦସ୍ୟ ସତ୍ୟନାରାୟଣ ସାହୁ କର୍ତ୍ତା ଭାବେ ଦାୟିତ୍ୱ ନେଇଥିଲେ । ମୁଖ୍ୟ ଉଦଦେଷ୍ଟା ଭାବେ ଅନ୍ତରୟାମି ସାହୁ, ସୁଦେବ ସେତୁଆ, ସିମାଂଚଳ ସାହୁ ପୂଜା ସଂଚାଳନ କରିଥିଲେ । ଏହି ପୂଜାରେ ସୁସଜ୍ଜିତ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକମାଳା ଝଲସୁଥିବା ଓ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ଏହି ଭିଡକୁ ସ୍ଥାନୀୟ ପୋଲିସ ପ୍ରଶାସନ ଦ୍ୱାରା ସୂଚାରୁ ରୂପେ ସଂଚାଳନ କରିଥିବାରୁ ପୋଲିସ ପ୍ରଶାସନକୁ କମିଟି ପକ୍ଷରୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା । ସବୁଦିନ ଆଖପାଖ ଅଞ୍ଚଳବାସୀଙ୍କ ପାଇଁ ଭଣ୍ଡାରାର ଆୟୋଜନ କରାଯାଇଥିଲା । ଏହି ଭଣ୍ଡାରାରେ ସମସ୍ତ ଭକ୍ତଗଣ ମା’ଙ୍କ ପ୍ରସାଦ ଗ୍ରହଣ କରିଥିଲେ । ଅଟୋ କଲୋନୀ ଲକ୍ଷ୍ମୀ ପୂଜା କମିଟି ସଭାପତି- ସନ୍ତୋଷ କୁମାର ସାହୁ, ଉପ ସଭାପତି- ବିନୋଦ ସିଂ, ସମ୍ପାଦକ- ନିଳାଞ୍ଚଳ ସାହୁ, କୋଷାଧ୍ୟକ୍ଷ-ସାନ୍ତୁନୁ ମହାରଣା, କମିଟି ସଦସ୍ୟ-ଟୁନା ସାହୁ, ସନ୍ତୋଷ ପ୍ରଧାନ,ସୁଶାନ୍ତ କୁମାର ସାହୁ, ମନୋଜ ସିଂ, ବିନୋଦ ସାହୁ, ଅମିତ ଜେନା, ପଙ୍କଜ ନାଥ, ତପନ ସାହୁ, ଚନ୍ଦନ ସାହୁ, ଅନିଲ ମହାପାତ୍ର ଶୁଭମ୍ ରଜାକ, ଜଗନ୍ନାଥ ପାତ୍ର, ମନୋଜ ନାୟକ, ରାକେଶ ସାହୁ, କନେହା କୁମାର, ତାରଣୀ ପଲେଇ ଓ ଆଦିତ୍ୟ ପ୍ରଧାନ ପ୍ରମୁଖ ପୂଜାକର୍ଯ୍ୟରେ ବହୁ ସହଯୋଗ କରିଥିଲେ ।

Leave A Reply

Your email address will not be published.