jayashree

ରାଣ୍ଟୋ ଉପକେନ୍ଦ୍ରର ନୂତନ କର୍ମକର୍ତ୍ତା ଚୟନ, ପୁରୁନ୍ଦର ସଭାପତି ଓ ଟିକେଶ୍ୱର ସମ୍ପାଦକ

ରାଉରକେଲା, (କେପିଏନ୍‌ଏସ୍‌) : ରାଣ୍ଟୋ ଉପକେନ୍ଦ୍ରର ନୂତନ କର୍ମକର୍ତ୍ତା ଚୟନ ନିମନ୍ତେ ରବିବାର ସକାଳ ୧୦ଟାରେ ବିରଡ଼ାସ୍ଥିତ ଜନମଙ୍ଗଳ ହଲ୍‌ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ପର୍ଯ୍ୟବେକ୍ଷକ ଜଗନ୍ନାଥ ତନ୍ତୀ ଓ ଜଗନ୍ନାଥ ଦଶଭୈୟାଙ୍କ ନେତୃତ୍ୱରେ ସର୍ବସମ୍ମତିକ୍ରମେ ନୂତନ ସଭାପତି, ସମ୍ପାଦକଙ୍କ ସମେତ ସମ୍ପୂର୍ଣ୍ଣ କମିଟି ଗଠନ କରାଯାଇଥିଲା । ଏହି ବୈଠକରେ ରାଣ୍ଟୋ, ଝରାବହାଲ, ବିରକେରା, ବିରଡ଼ା, କରୁଅବାହାଲ, ଗମାରଡ଼ିହି, ସିଙ୍ଗେର, ପଟୁଆ ଓ ବଡ଼ମାରେନ ଆଦି ଗ୍ରାମର ବହୁ ସଂଖ୍ୟାରେ ପୁରୁଷ, ମହିଳା ଓ ଯୁବକ ଯୁବତୀ ଯୋଗ ଦେଇଥିଲେ । ନୂତନ କମିଟିର ସଭାପତି ଭାବେ ପୁରୁନ୍ଦର ତନ୍ତୀ ଏବଂ ସମ୍ପାଦକ ଭାବେ ଟିକେଶ୍ୱର ତନ୍ତୀ ମନୋନୀତ ହୋଇଥିଲେ । ସେହିପରି ଉପସଭାପତି ଭାବେ ମହେନ୍ଦ୍ର ତନ୍ତୀ ଓ ଯୁଗ୍ମ ସମ୍ପାଦକ ଭାବେ ସୁରେଶ ତନ୍ତୀ ଦାୟିତ୍ୱ ଗ୍ରହଣ କରିଥିଲେ । କୋଷାଧ୍ୟକ୍ଷ ଭାବେ ରାଜେଶ ତନ୍ତୀଙ୍କୁ ଚୟନ କରାଯାଇଥିଲା । ଏହି ଅବସରରେ ସୁଖଦେବ ତନ୍ତୀ, ଶ୍ୟାମସୁନ୍ଦର ମଶାନ୍ତ, ମହାଦେବ ତନ୍ତୀ, ସୁଦର୍ଶନ ତନ୍ତୀ, ଚିନ୍ତାମଣି ତନ୍ତୀ, ପଞ୍ଚମ ତନ୍ତୀ, ବାବୁରାମ ତନ୍ତୀ, ନନ୍ଦକିଶୋର ତନ୍ତୀ, ଗୋପାଳ ତନ୍ତୀ ଓ ରତ୍ନାକର ତନ୍ତୀ ଉପଦେଷ୍ଟା ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । କେନ୍ଦ୍ର ସଭାପତି ସନ୍ତୋଷ କୁମାର ତନ୍ତୀ ନୂତନ ସଭାପତିଙ୍କୁ ଶପଥ ପାଠ କରାଇଥିବା ବେଳେ କେନ୍ଦ୍ର କମିଟିର ସାଧାରଣ ସମ୍ପାଦକ ଉପେନ୍ଦ୍ର ପାତ୍ର, ଉପସଭାପତି ରବୀନ୍ଦ୍ର ତନ୍ତୀ, ଜଲଡ଼ା ଉପକେନ୍ଦ୍ରର ସମ୍ପାଦକ ସୁରେନ୍ଦ୍ର ତନ୍ତୀ ଓ ଟାଉନ ସଭାପତି ରାମପାଲ ତନ୍ତୀ ବିଭିନ୍ନ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇଥିଲେ । ସଭାରେ କେନ୍ଦ୍ର ସଭାପତି ସନ୍ତୋଷ କୁମାର ତନ୍ତୀ ନବନିଯୁକ୍ତ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ସମାଜର ନୀତିନିୟମ ପାଳନ, କେନ୍ଦ୍ର କମିଟି ସହ ସମନ୍ୱୟ ରକ୍ଷା ଏବଂ ସମାଜର ଉନ୍ନତି ଦିଗରେ ମିଳିମିଶି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । କେନ୍ଦ୍ର କମିଟି ପକ୍ଷରୁ ନିଆଯାଉଥିବା ବିଭିନ୍ନ ନିଷ୍ପତ୍ତି ଓ କାର୍ଯ୍ୟକ୍ରମ ସମ୍ପର୍କରେ ସମାଜର ସମସ୍ତଙ୍କୁ ଅବଗତ କରାଇବାକୁ ସେ ପରାମର୍ଶ ଦେଇଥିଲେ । ଶେଷରେ ଜଗନ୍ନାଥ ତନ୍ତୀ ଧନ୍ୟବାଦ ଜଣାଇବା ସହ ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.