ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ : କମ୍ପୁଟର ସାଇନ୍ସ ସମ୍ମାନରେ ଟପ୍ପର ଆଦ୍ୟାଶା ମିଶ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ସମ୍ମାନରେ ଟପ୍ପର ହୋଇଛନ୍ତି ଆଦ୍ୟାଶା ମିଶ୍ର । ସମୁଦାୟ ୮.୬୩ ସିଜିପିଏ ପ୍ରାପ୍ତ କରି ସେ ଏହି ସଫଳତା ପାଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ତରଭା ସହର ହାଟପଦାପଡା ନିବାସୀ ତପସ୍ୱିନୀ ମିଶ୍ର ଏବଂ ବଳଦେବ ମିଶ୍ରଙ୍କ କନ୍ୟା ଆଦ୍ୟାଶା ମିଶ୍ର । ତାଙ୍କର ସଫଳତାରେ ପରିବାରବର୍ଗ ଓ ବନ୍ଧୁବର୍ଗରେ ଖୁସିର ଲହରୀ ଖେଳିଯାଇଛି । ସେ ସ୍ଥାନୀୟ ଛାତ୍ରୀନିବାସରେ ରହି ଦୈନିକ ଆଠରୁ ଦଶ ଘଂଟା ପରିଶ୍ରମ କରୁଥିଲେ । ଏହି କୃତକାର୍ଯ୍ୟ ପାଇଁ ଅଦ୍ୟାଶା ଗୁରୁଜନ, ବାପା ମା’, ଅଜା, ଦାଦା, ମାମାଙ୍କୁ ଶ୍ରେୟ ଦେବା ସଙ୍ଗେ ସଙ୍ଗେ ଭବିଷ୍ୟତରେ ସିଭିଲ ସର୍ଭିସରେ କୃତକାର୍ଯ୍ୟ ହେବା ପାଇଁ ଆଶା ରଖିଛନ୍ତି ।

Leave A Reply

Your email address will not be published.