ଆଗଲପୁର ବ୍ଲକ ରିନବଚନ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଅତି ଶୋଚନୀୟ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ରିନବଚନ ଗ୍ରାମରେ ଥିବା ୧୯୪୯ ମସିହାରେ ସ୍ଥାପିତ ପ୍ରାଥମିକ ବିଦ୍ୟାଳୟ ଏବେ ଅତି ଦୟନୀୟ ଅବସ୍ଥାରେ ଅଛି । ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ୟ୍ୟନ୍ତ ଏହି ବିଦ୍ୟାଳୟରେ ପିଲା‌ଙ୍କୁ ପାଠ ପଢ଼ା ଯାଉଛି । କିନ୍ତୁ ଏହି ବିଦ୍ୟାଳୟର ଅନେକ କୋଠାଗୁଡିକ ଏବେ କୋମଳମତି ଛାତ୍ରଛାତ୍ରୀମାନଙ୍କ ପାଇଁ ମରଣଯନ୍ତା ପାଲଟିଛି । କେବଳ ଦୁଇ ତିନୋଟି ଶ୍ରେଣୀ ଗୃହକୁ ଛାଡିଦେଲେ ସମସ୍ତ କୋଠାରୁ ପ୍ଳାଷ୍ଟର ଖସୁଛି । ଏବେ କୋରନା ପାଇଁ ସ୍କୁଲ ଛୁଟି ଅଛି । ହେଲେ ଯେତେବେଳେ ପାଠପଢା ଆରମ୍ଭ ହେବ, ସେତେବେଳେ ଯଦି କୌଣସି ଅଘଟଣ ଘଟିଲେ ଜିଲ୍ଲାପ୍ରଶାସନ ଓ ରାଜ୍ୟ ସରକାର ଦାୟୀରହିବେ ବୋଲି ଗ୍ରାମବାସୀ କହିଛନ୍ତି । ତେଣୁ ଶିକ୍ଷା ବିଭାଗ ବେଳ ଥାଉ ଥାଉ ସାବଧାନ ହେବା ଉଚିତ । ଅଘଟଣ ଘଟିବା ପୂର୍ବରୁ ଭଙ୍ଗା ଦଦରା କୋଠାଗୁଡିକୁ ଭାଙ୍ଗି ନୂତନ କୋଠା ନିର୍ମାଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି । ଏ ସଂପର୍କରେ ଆଗଲପୁର ବ୍ଲକ ବିଇଓଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରାଯାଇଥିବା ବେଳେ ପ୍ରତିକ୍ରିୟା ମିଳି ପାରିନାହିଁ ।

Leave A Reply

Your email address will not be published.