ବଲାଙ୍ଗିର ଜିଲ୍ଲାରେ ୭୦ ଆକ୍ରାନ୍ତ ଆଜି ଚିହ୍ନଟ : ସଇଁନ୍ତଲା ବ୍ଲକ୍‌ ଅଂଚଳରେ ୧୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୭୦ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସଇଁନ୍ତଲା ବ୍ଲକ୍‌ ଅଂଚଳରେ ସର୍ବାଧିକ ୧୪ ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ ସୂଚୀତ କରାଯାଇଛି । ସଇଁନ୍ତଲା ବ୍ଲକ୍‌ର ବୁଢ଼ାବାହାଲ ଗ୍ରା.ପ.ରୁ ୮, ଡେଙ୍ଗ ଗ୍ରା.ପ.ରୁ ୧, ଗଣ୍ଡପତ୍ରାପାଲି ଗ୍ରା.ପ.ରୁ ୧, ତାଲବାହାଲ ଗ୍ରା.ପ.ରୁ ୩ ଓ ଟିକ୍ରାପଡ଼ା ଗ୍ରା.ପ.ରୁ ୧ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି ବଲାଙ୍ଗିର ପୌରାଂଚଳରୁ ୱାର୍ଡ ନଂ.୨ରୁ ୧, ୪ରୁ ୧, ୭ରୁ ୧ ଓ ୨୧ରୁ ୨ ଜଣ ସଂକ୍ରମିତ ହୋଇଥିବା କୁହାଯାଇଛି ।

ଆଗଲପୁର ବ୍ଲକ୍‌ ଝରନିପାଲି ଗ୍ରା.ପ.ରୁ ୧ ଏବଂ ବଲାଙ୍ଗିର ବ୍ଲକ୍‌ କୁଡ଼ାସିଂଗାରୁ ୧ ଜଣ ସଂକ୍ରମିତ ହୋଇଥିବା ବେଳେ ବଙ୍ଗୋମୁଣ୍ଡା ବ୍ଲକ୍‌ ଅଲଣ୍ଡା ଗ୍ରା.ପ.ରୁ ୧, ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ୨, ଗନ୍ଧର୍ଲା ଗ୍ରା.ପ.ରୁ ୧, କଅଁସିଲ ଗ୍ରା.ପ.ରୁ ୧, ସିନ୍ଧେକେଲା ଗ୍ରା.ପ.ରୁ ୩ ଜଣ ରହିଥିବା ଦର୍ଶାଯାଇଛି । ବେଲପଡ଼ା ବ୍ଲକ୍‌ ନୁନ୍‌ହାଡ଼ ଗ୍ରା.ପ.ରୁ ୧, ବେଲପଡ଼ା ଗ୍ରା.ପ.ରୁ ୧ ଓ ଧୁମାଭଟା ଗ୍ରା.ପ.ରୁ ୨ ଜଣ, ଗୁଡ଼ଭେଲା ବ୍ଲକ୍‌ ନୂଆପଡ଼ା ଗ୍ରା.ପ.ରୁ ୧, ଗମ୍ଭାରୀଗୁଡ଼ା ଗ୍ରା.ପ.ରୁ ୬, ସମରା ଗ୍ରା.ପ.ରୁ ୧ ଜଣ ସଂକ୍ରମିତ ହୋଇଛନ୍ତି । ଖପ୍ରାଖୋଲ ବ୍ଲକ୍‌ ଖପ୍ରାଖୋଲ ଗ୍ରା.ପ.ରୁ ୧, ଲାଠୋର ଗ୍ରା.ପ.ରୁ ୧, କରୁଆଁଝର ଗ୍ରା.ପ.ରୁ ୧, ଲୋଇସିଂହା ବ୍ଲକ୍‌ ବାଦିବାହାଲ ଗ୍ରା.ପ.ରୁ ୧, ଉପରବାହାଲ ଗ୍ରା.ପ.ରୁ ୧, ମୁରିବାହାଲ ବ୍ଲକ୍‌ ବଡ଼ସାଇମରା ଗ୍ରା.ପ.ରୁ ୧, ଗୁଡ଼ିଘାଟ ଗ୍ରା.ପ.ରୁ ୧, ହଲଦି ଗ୍ରା.ପ.ରୁ ୧ ଓ ମୁରିବାହାଲ ଗ୍ରା.ପ.ରୁ ୪, ପାଟଣାଗଡ଼ ବ୍ଲକ୍‌ ଖୁଣ୍ଟସମଲେଇ ଗ୍ରା.ପ.ରୁ ୧, ଭରତବାହାଲ ଗ୍ରା.ପ.ରୁ ୧, ଯୋଗୀମୁଣ୍ଡା ଗ୍ରା.ପ.ରୁ ୧ ଏବଂ ବରପଦର ଗ୍ରା.ପ.ରୁ ୨ ଜଣ, ପାଟଣାଗନ ଏନ୍‌ଏସି. ୱାର୍ଡ ନଂ.୧୦ରୁ ୧, ୨ରୁ ୧ ଓ ୧ରୁ ୧ ଜଣ ଆକ୍ରାନ୍ତ ହୋଇଛନ୍ତି । ପୁଇଁନ୍ତଲା ବ୍ଲକ୍‌ ଦଶପୁରରୁ ଜଣେ ସଂକ୍ରମିତ ହୋଇଥିବା ବେଳେ ଟିଟିଲାଗଡ଼ ବ୍ଲକ୍‌ ଖୋଲାନରୁ ମଧ୍ୟ ଜଣେ ସଂକ୍ରମିତ ହୋଇଛନ୍ତି । ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୨ରୁ ୧, ୮ରୁ ୨, ୯ରୁ ୧, ୧୧ରୁ ୨ ଓ ତୁରେକେଲା ବ୍ଲକ୍‌ ତୁରେକେଲା ଗ୍ରା.ପ.ରୁ ଜଣେ ସଂକ୍ରମିତ ହୋଇଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାରେ ସମୁଦାୟ ୬୮୭୨ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୩୦୬ ଜଣ ଆରୋଗ୍ୟ ହୋଇ ସାରିଛନ୍ତି । ତେବେ ଏବେ ୫୩୬ ଜଣ ମାତ୍ର ଏକ୍‌ଟିଭ୍‌ ଆକ୍ରାନ୍ତ ଜିଲ୍ଲାରେ ରହିଥିବା ସୂଚନା ରହିଛି ।

Leave A Reply

Your email address will not be published.