ଅସହାୟ ଗରିବ ମାଝୀଙ୍କ ପାଖରେ ପହଞ୍ଚିଥିଲା ସେବା ଚେରିଟେବୁଲ୍ ଟ୍ରଷ୍ଟ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଗଣମାଧ୍ୟମରୁ ଖବର ପାଇ ସେବା ଚେରିଟେବୁଲ୍ ଟ୍ରଷ୍ଟର ସଦସ୍ୟମାନେ ଗତକାଲି ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣୀ ଗ୍ରାମର ଅସହାୟ ଗରିବ ମାଝୀଙ୍କ ପାଖରେ ପହଞ୍ଚିଥିଲେ । କିଛି ଲୁଗାପଟା ସହ ଶୀତ ବସ୍ତ୍ର ମଧ୍ୟ ଗରିବଙ୍କୁ ପ୍ରଦାନ କରିଥିଲେ । ଗରିବଙ୍କ ସ୍ତ୍ରୀଙ୍କ ଦେହାନ୍ତ ହେବାର ଛଅ ବର୍ଷ ହୋଇଯାଇଥିଲେ ମଧ୍ୟ ଗରିବ ଅର୍ଥାଭାବରୁ ତାଙ୍କର ଶ୍ରାଦ୍ଧ କ୍ରିୟା କରି ପାରିନଥିଲେ । ଏହା ଜାଣି ଟ୍ରଷ୍ଟ ପକ୍ଷରୁ ଗରିବଙ୍କ ସ୍ତ୍ରୀଙ୍କ ଶ୍ରାଦ୍ଧ କ୍ରିୟା କରାଯିବ ବୋଲି ଆଶ୍ଵାସନା ଦେଇଥିଲେ ଏବଂ ସମସ୍ତ ସରକାରୀ ଯୋଜନା ଗରିବ ମାଝୀଙ୍କ ପାଖରେ ପହଞ୍ଚାଇବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.