ସାମ୍ବାଦିକଙ୍କ ପାଇଁ ମେଗା ଯୋଜନ ଘୋଷଣା କଲେ ସରକାର : ସାମ୍ବାଦିକଙ୍କ ମୃତ୍ୟୁ ହେଲେ ପରିବାରକୁ ୪ ଲକ୍ଷ ଦେବେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସାମ୍ବାଦିକଙ୍କ କଲ୍ୟାଣ ପାଇଁ ସରକାର‌ଙ୍କ ଦ୍ୱାରା ଘୋଷଣା ହୋଇଥିବା ସୁବିଧା ସୁଯୋଗ ସଂପର୍କରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି । ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ, ନିରାପତ୍ତା ପାଇଁ ଏକାଧିକ ଯୋଜନା କରାଯାଇଛି । ବିଜ୍ଞପ୍ତିରେ କୁହାଯାଇଛି, କାର୍ୟ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ ସେମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ । ଜଟିଳ ରୋଗରେ ପୀଡ଼ିତ ହେଲେ, ଗୁଣାତ୍ମକ ଚିକିତ୍ସା ସେବା ପାଇଁ ଅଧିକ ପାଣ୍ଠି ଆବଶ୍ୟକ ହେଲେ, ସରକାରଙ୍କ ତରଫରୁ ଯୋଗାଇ ଦିଆଯିବ । ସାମ୍ବାଦିକଙ୍କ ୨ ଲକ୍ଷ ଟଙ୍କାର ବୀମା ରାଶିକୁ ଛାଡ଼ି ଅତିରିକ୍ତ ଭାବେ ଏହି ସହାୟତା ଯୋଗାଇବେ ସରକାର । ଏଥିରେ ସରକାର କିଡନୀ, ହୃଦ୍‌ରୋଗ, କ୍ୟାନ୍‌ସର ଭଳି ଗୁରୁତର ଆକ୍ରାନ୍ତ ହେଲେ, ଏହି ଅତିରିକ୍ତ ରାଶି ମିଳିବ । ତେବେ ଏଥିପାଇଁ ଡିଏମ୍‌ଇଟି ଅନୁମତିର ଆବଶ୍ୟକତା ରହିଛି । ସାମ୍ବଦିକ ଗୃହ ନିର୍ମାଣ ପାଇଁ ୨୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଋଣର ସୁଧରେ ୩% ରିହାତି ମିଳିବ । ଯଦି ନିୟମିତ ଭାବେ ସେ ନିଜ କିସ୍ତି ପୈଠ କରୁଥିବେ, ତେବେ ଏହି ସୁଯୋଗ ତାଙ୍କୁ ମିଳିବ । ଅର୍ଥାତ ଗୋଟିଏ ବର୍ଷର ଯେତିକି ସୁଧ ବ୍ୟାଙ୍କକୁ ପୈଠ କରିଥିବେ, ତାର ୩% ସରକାର ଦେବେ । ତେବେ ଡିଫଲଟର ମାନଙ୍କୁ ଏହି ସୁବିଧା ମିଳିବନି । ସେହିଭଳି ଦୁଇଚକିଆ ଗାଡ଼ି କିଣିବାକୁ ସର୍ବାଧିକ ୫୦ ହଜାର ଟଙ୍କା ଓ ଚାରି ଚକିଆ କିଣିବାକୁ ୪ ଲକ୍ଷ ଟଙ୍କା ଯାଏ ଋଣ ମିଳି ପାରିବ । ଋଣର ଏଠି ମଧ୍ୟ ନିୟମିତ ଭାବେ କିସ୍ତି ପୈଠ କଲେ ଅର୍ଥାତ ଗୋଟିଏ ବର୍ଷର ଯେତିକି ସୁଧ ବ୍ୟାଙ୍କକୁ ପୈଠ କରିଥିବେ, ତାର ୩% ସରକାର ଦେବେ । ଏଭଳି ଆଉ କେତେକ କଲ୍ୟାଣ ଯୋଜନା ନେଇ ସରକାର‌ଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave A Reply

Your email address will not be published.