ଯୁବକର ବାୟା ମନ : ନିଜର ବେକ କାଟିଲା, ନିଜ ଘରେ ନିଜେ ନିଆଁ ଲଗାଇଲା

ଅନୁଗୁଳ : ଯୁବକର ବାୟା ମନ । ନିଜ ଘରେ ନିଜେ ନିଆଁ ଲଗାଇ ନିଜ ବେକ ମଧ୍ୟ କାଟି ଦେଇଥିବାର ଖବର ଚାରିଆଡେ ଘୁରି ବୁଲୁଛି । ପାରିବାରିକ କଳହ ଯୋଗୁଁ ନିଜ ଘରେ ନିଜେ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଚାହୁଁଥିଲା ଯୁବକ । ଘଟଣାଟି ହେଉଛି ଅନୁଗୁଳର ଛେଣ୍ଡିପଦା ଖମାର ଗାଁର ବୋଲି ଜଣାପଡିଛି । ଯୁବକର ନାମ ହେଉଛି ଖୁକୁନୁ ବେହେରା । ପରିବାର ଲୋକଙ୍କ କହିବା ଅନୁସାରେ ପାରିବାରିକ କଲହ ଯୋଗୁଁ ସେ ଏପରି କରିଛି । ଯୁବକକୁ ଗୁରୁତର ଅବସ୍ଥାରେ ଅନୁଗୁଳ ଅଣଯାଇ ସ୍ୱାସ୍ଥ୍ୟାବସ୍ଥାରେ କିଛି ସୁଧାର ନଆସିବାରୁ ତାକୁ ଏବେ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଖବର ମିଳିଛି ।

Leave A Reply

Your email address will not be published.