ସମସ୍ୟା ଘେରରେ ଖପ୍ରାଖୋଲ ବ୍ଲକ୍‌ ଅଂଚଳ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ଲୋକଙ୍କ ବହୁତ ସମସ୍ୟା ରହିଛି । ଏପରି ଏକ ସମସ୍ୟା ଦେଖିବାକୁ ମିଳିଛି ଭାନପୁର ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣୀ ଗ୍ରାମରେ । ବ୍ରାହ୍ମଣୀ ଗ୍ରାମରେ ୫ ଟି ନଳକୂପ ଅଛି । ସେଥିମଧ୍ୟରୁ ଚାରୋଟି ବହୁତ ଦିନ ହେଲା ଖରାପ ହୋଇ ପଡିରହିଛି । ଏତେ ବଡ ଗ୍ରାମରେ ଗୋଟିଏ ବୋଲି ନଳକୂପ, ସେହି ନଳକୂପ ଉପରେ ଗ୍ରାମବାସୀ ମାନେ ନିର୍ଭର କରି ଚଳୁଥିଲେ । ତାହା ବି ମଧ୍ୟ ଗ୍ରାମବାସୀଙ୍କ ଭାଗ୍ୟରେ ନଥିଲା । ସେ ନଳକୂପଟି ମଧ୍ୟ ଏହି କିଛିଦିନ ଆଗରୁ ଖରାପ ହୋଇଗଲା । ଲୋକଙ୍କ ଅବସ୍ଥା କହିଲେ ନସରେ । ସ୍ବଚ୍ଛ ପାଣି ଟୋପାଏ ପାଇଁ ଡହଳ ବିକଳ ହେବାକୁ ଲାଗିଲେ । ଏନେଇ ଗ୍ରାମବାସୀମାନେ ଖପ୍ରାଖୋଲ ବିଡ଼ିଓ ତରଣୀ ସୁନାଙ୍କୁ ଏକ ଅଭିଯୋଗ ପତ୍ର ଦେଇଥିଲେ । ବିଡ଼ିଓ ତରଣୀ ସୁନା ତତ୍ପରତା ଦେଖାଇ ସଙ୍ଗେ ସଙ୍ଗେ ନଳକୂପ ମରାମତି କର୍ମଚାରୀମାନଙ୍କୁ ବ୍ରାହ୍ମଣୀ ଗ୍ରାମକୁ ପଠାଇ ଅଚଳ ହୋଇଯାଇଥିବା ସମସ୍ତ ନଳକୂପମାନଙ୍କୁ ଠିକ୍ କରାଇଥିଲେ । ଏନେଇ ବ୍ରାହ୍ମଣୀ ଗ୍ରାମବାସୀ ବିଡ଼ିଓ ଶ୍ରୀ ସୁନାଙ୍କୁ ପ୍ରଶଂସା କରୁଛନ୍ତି ।

Leave A Reply

Your email address will not be published.