ଭୟାବହ ଅଗ୍ନିକାଣ୍ଡ କୋଭିଡ୍ ହସ୍ପିଟାଲରେ : ୫ ମୃତ

ରାଜକୋଟ : କୋଭିଡ୍ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟି ୫ ଜଣ ଆକ୍ରା‌ନ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗୁଜରାଟ ରାଜକୋଟ ମାଭଡି ଅଞ୍ଚଳରେ ଅବସ୍ଥିତ ଶିବାନନ୍ଦ ହସ୍ପିଟାଲର ଆଇସିୟୁ କୋଭିଡ୍ ଡାକ୍ତରଖାନାରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ଏହି ଅଗ୍ନିକାଣ୍ଡରେ ପାଞ୍ଚ ଜଣ ରୋଗୀଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଅନେକ ରୋଗୀ ମଧ୍ୟ ନିଆଁରେ ପୋଡ଼ି ଆହତ ହୋଇଥିବା ବେଳେ ସେମାନଙ୍କୁ ଅନ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଗ୍ନିକାଣ୍ଡର କାରଣ ଏପର୍ୟ୍ୟନ୍ତ ଜଣା ପଡିନାହିଁ ।

Leave A Reply

Your email address will not be published.