୭୧ତମ ସମ୍ବିଧାନ ଦିବସ ପାଳିତ

ଖପ୍ରାଖୋଲ, (କୃଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ଘୁନସର ଗ୍ରାମରେ ଗତକାଲି ଓଡ଼ିଶା ଜୀବିକା ମିଶନ ତରଫରୁ ୭୧ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ବ୍ଲକ ଉନ୍ନୟନ ଅଧିକାରୀ ତରଣୀ ସୁନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସମ୍ପୂର୍ଣ କୋଭିଡ ଗାଇଡ ଲାଇନ ଅନୁସାରେ ସାମାଜିକ ଦୂରତା ରକ୍ଷା କରି ପାଳନ କରାଯାଇଛି । କାର୍ୟ୍ୟକ୍ରମରେ ସମ୍ବିଧାନରେ ନୀତି, ନିୟମ, ଅଧିକାର, ଏହାର ରକ୍ଷା କିପରି ହୋଇ ପାରିବ ଏ ବିଷୟରେ ଲୋକଙ୍କୁ ଅବଗତ କରାଯାଇଥିଲା । ଏହି କାର୍ୟ୍ୟକ୍ରମ ରେ ବିଡ଼ିଓ ତରଣୀ ସୁନାଙ୍କ ସହ ମନୋଜ କେରକେଟା, ପ୍ରଶାନ୍ତ ମହାନନ୍ଦ, ମୋହନ ସୁନା, ଶତ୍ରୁଘ୍ନ ନାଏକ, ନିରୁପମା ମିଶ୍ରଙ୍କ ସହ ସମସ୍ତ ସଭ୍ୟସଭ୍ୟା ଉପସ୍ଥିତ ଥିଲେ ।

Leave A Reply

Your email address will not be published.