
ରାଉରକେଲା, (ସସ୍ମିତା ପ୍ରଧାନ) : ଯୁବ ହଷ୍ଟେଲ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ, ରାଉରକେଲା ୟୁନିଟ୍ ପକ୍ଷରୁ ରାଉରକେଲା ୟୁଥ୍ ଫେଷ୍ଟିଭାଲ୍ – ରାଉଫେଷ୍ଟର ଇଭେଣ୍ଟ ୱାଇଜ୍ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି । ନଭେମ୍ବର ୨୯ରୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ପ୍ରତାପ କୁମାର ସ୍ୱାଇଁ, ସମ୍ପାଦକ ନିରଞ୍ଜନ ବେହେରା, କୋଷାଧ୍ୟକ୍ଷ ସଚ୍ଚିଦାନନ୍ଦ ଲେଙ୍କା, ଆୟୋଜକ ସମ୍ପାଦକ ସରୋଜ କୁମାର ପଟ୍ଟନାୟକ, ଉପ-ସଭାପତି ଅମିତାଭ ଠାକୁର ମଞ୍ଚାସୀନ ରହି ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରିଥିଲେ । ସୂଚନା ଅନୁଯାୟୀ ହିଲ୍ ଟ୍ରେକିଂ ପ୍ରତିଯୋଗିତା ଆସନ୍ତା ୨୯ ତାରିଖ, ରବିବାର, ସକାଳ ୭ଟା – ବେସ୍ କ୍ୟାମ୍ପ, ତାରା ତାରିଣୀ ମନ୍ଦିର, ସେକ୍ଟର-୫, ସରସ୍ୱତୀ ଶିଶୁ ମନ୍ଦିର ନିକଟ, ରଙ୍ଗୋଲି ପ୍ରତିଯୋଗିତା (କେବଳ ମୁରୁଜ) ସେହି ରବିବାର, ଅପରାହ୍ନ ୩ଟା – ବି/୩୫, ସେକ୍ଟର-୩, ରାଉରକେଲା ୟୁଥ୍ ହଷ୍ଟେଲ୍ ପରିସର, ସାଇକ୍ଲିଂ ପ୍ରତିଯୋଗିତା ଆସନ୍ତା ଡିସେମ୍ବର ୦୬ ତାରିଖ ରବିବାର, ସକାଳ ୭ଟା – ରାଉରକେଲା ବିମାନବନ୍ଦର ଗେଟ୍ ଠାରୁ ସେକ୍ଟର-୨ ବିଜୁ ପଟ୍ଟନାୟକ ଛକ ଦେଇ ରିଙ୍ଗ୍ ରୋଡ୍ ହୋଇ ଫେରିବ, ପେଣ୍ଟିଂ ପ୍ରତିଯୋଗିତା ସେହିଦିନ ଅପରାହ୍ନ ୩ଟା – ବି/୩୫, ସେକ୍ଟର-୩, ରାଉରକେଲା ୟୁଥ୍ ହଷ୍ଟେଲ୍ ପରିସରରେ ଅନୁଷ୍ଠିତ ହେବ । ମାରାଥନ୍ ପ୍ରତିଯୋଗିତା ଆସନ୍ତା ୧୩ ତାରିଖ, ରବିବାର, ସକାଳ ୭ଟା – ସ୍ପେସ୍ ଚୌକ୍ ଠାରୁ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଦେଇ ମେଫେୟାର୍ ଭିଲେଜ୍ ପର୍ଯ୍ୟନ୍ତ ଫେରିବ, କୁଇଜ୍ ପ୍ରତିଯୋଗିତା ସେହିଦିନ ସକାଳ ୧୧ଟା – ଏସ୍ଏସ୍ଆର୍ଭିଏମ୍ ଇସ୍ପାତ ଇଂଲିଶ୍ ମିଡିୟମ୍ ସ୍କୁଲ୍, ସେକ୍ଟର-୨୦, ରାଉରକେଲା, ଗୀତ ପ୍ରତିଯୋଗିତା ଅପରାହ୍ନ ୩ଟା – ବି/୩୫, ସେକ୍ଟର-୩, ରାଉରକେଲା ୟୁଥ୍ ହଷ୍ଟେଲ୍ ପରିସରରେ ଅନୁଷ୍ଠିତ ହେବ । ସେହିପରି ନୃତ୍ୟ ପ୍ରତିଯୋଗିତା (ଏକକ ଓ ଦଳଗତ) ଆସନ୍ତା ଜାନୁଆରୀ ମାସ ୩ ତାରିଖ, ରବିବାର, ସକାଳ ୧୧ଟା – ସିଭିକ୍ ସେଣ୍ଟର, ରାଉରକେଲା ଓ ବାର୍ଷିକ ଦିବସ ଉତ୍ସବ ମାର୍ଚ୍ଚ ୧ ତାରିଖ ରବିବାର, ସନ୍ଧ୍ୟା ୬ଟା ଠାରୁ – ସିଭିକ୍ ସେଣ୍ଟର, ରାଉରକେଲା ଠାରେ ପୁରସ୍କାର ବିତରଣ ସହ ବାର୍ଷିକ ଉତ୍ସବ ପାଳନ କରାଯିବ । ଏଥିପାଇଁ ନିୟମାବଳୀ ଅନୁସାରେ ସମସ୍ତ ପ୍ରତିଯୋଗୀଙ୍କ ପାଇଁ ସ୍ପଟ୍ ରେଜିଷ୍ଟ୍ରେସନ୍ ବାଧ୍ୟତାମୂଳକ । ରେଜିଷ୍ଟ୍ରେସନ୍ ଫି ଟ. ୫୦/- ପ୍ରତି ଇଭେଣ୍ଟ । ପ୍ରତି ଗ୍ରୁପରେ ତିନୋଟି ପୁରସ୍କାର ଦିଆଯିବ । ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ଜାଣିବା ପାଇଁ କର୍ମକର୍ତ୍ତା ଆଶିଷ – ୯୪୩୭୦୮୪୩୮୪, ଆୟୋଜକ ସମ୍ପାଦକ – ୯୪୩୯୦୩୯୦୯୪୨, କାର୍ଯ୍ୟକ୍ରମ ସଂଯୋଜକ – ୯୪୩୭୧୦୫୪୨୨ ରେ ଯୋଗାଯୋଗ କରିବା ପାଇଁ ସୂଚନା ଦିଆଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ସମରକାନ୍ତ ମଲ୍ଲିକ, ବିଜୟ ପଣ୍ଡା, ସୁବାସ ଦାସ, ଆଶିଷ ବିର୍ସା ହେମ୍ବ୍ରମ, କେ ସି ପାଢ଼ୀ, ଏ ଏନ୍ ମହାନ୍ତି, ପ୍ରଦୀପ ମହାନ୍ତି, ପ୍ରଦୀପ ଦାଶ, ଏନ୍ ପି ମହନ୍ତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।