om academy

ପଦ୍ମପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଗ୍ରୀଷ୍ମ ଶିବିର

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗ୍ରୀଷ୍ମବକାଶରେ ଅବସର ସମୟର ସଦୁପଯୋଗ କରିବା ପାଇଁ ବରଗଡ଼ ଜିଲ୍ଲା ଶିକ୍ଷା ବିଭାଗ ଓ ପିରାମଲ୍‌ ଫାଉଣ୍ଡେସନ୍‌ର ମିଳିତ ଆନୁକୂଲ୍ୟରେ ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକ ଗ୍ରୀଷ୍ମ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଦୀପ ପ୍ରଜ୍ୱଳନ କରି ଶିବିରର ଶୁଭାରମ୍ଭ କରିଥିଲେ । ପ୍ରଶିକ୍ଷକ ଭାବରେ ପିରାମଲ୍‌ ଫାଉଣ୍ଡେସନ୍‌ର ପ୍ରୋଗ୍ରାମ ଲିଡର ପୁନମ୍‌ ନାଏକ ଓ ପ୍ରଜ୍ୱଳ ବାନାୟତ ଯୋଗ ଦେଇଥିଲେ । ଏହି ଶିବିରରେ ବ୍ଲକର ୬୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହି ଶିବିର ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଯେଉଁଥିରେ ପିଲାମାନେ ଜୀବନ କୌଶଳ, ବିଭିଦତା ମଧ୍ୟରେ ଏକତା, ଏକ ବିଂଶ ଶତାବ୍ଦୀର କୌଶଳ, ସଂସ୍କୃତି ଜ୍ଞାନ, ୟୋଗା, ନୃତ୍ୟ, ବ୍ୟକ୍ତିଗତ ସୁରକ୍ଷା ଉପରେ ଜ୍ଞାନ ପାଇବେ । ବିଦ୍ୟାଳୟ ଦାୟିତ୍ୱରେ ଥିବା ଶିକ୍ଷୟତ୍ରୀ ଖୁଶବୁ ବରିହା ଓ ଶିକ୍ଷା କର୍ମଚାରୀ ଦୁଷ୍ମନ୍ତ ଛତର, ନନ୍ଦିନୀ ବାଗ ଓ କମଳା କୁମ୍ଭାର ଏହି ଶିବିରକୁ ସଫଳ କରିବାରେ ସହାୟତା କରିଥିଲେ ।

Leave A Reply

Your email address will not be published.