om academy

ନ୍ୟାୟ ପାଇଁ ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଗୁଡ଼ଭେଲା ନିବାସୀ ଧନୀସୂତ ପ୍ରଧାନୀ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ନ୍ୟାୟ ପାଇଁ ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଗୁଡ଼ଭେଲା ନିବାସୀ ଆଦିବାସୀ ଯୁବ ସଂଗଠନର ସଭାପତି ଧନୀସୂତ ପ୍ରଧାନୀ । ସେ ଅଭିଯୋଗ କରିଛନ୍ତି ଯେ, ଗତ ୧୮ ତାରିଖ ଦିନ ରାତି ପ୍ରାୟ ସାଢେ଼ ୧୧ଟା ସମୟରେ ସେ ଘରେ ଶୋଇଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଘରର କବାଟ ବାଡେ଼ଇ ତାଙ୍କୁ ଉଠାଇଥିଲେ । ସେ କବାଟ ଖୋଲି ବାହାରକୁ ଆସିବା ବେଳକୁ ତାଙ୍କୁ ଗୌର ରଣା, ରାମନିବାସୀ ଅଗ୍ରୱାଲଙ୍କ ସହ ଆହୁରି କିଛି ବ୍ୟକ୍ତି ଜାତିକୁ ନେଇ ଅଭଦ୍ର ଭାଷାରେ ଗାଳି ଗୁଳଜ କରିବା ସହ ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ । ଉକ୍ତ ବ୍ୟକ୍ତିମାନେ ଠେଙ୍ଗା, ଲୁହାଛଡ଼, ଭୁଜାଲି ଭଳି ମାରାଣାସ୍ତ୍ର ସହ ଆସିଥିଲେ ବୋଲି ସେ କହିଛନ୍ତି । ଏ ସଂପର୍କରେ ଶ୍ରୀ ପ୍ରଧାନୀ ତୁଷୁରା ଥାନାରେ ଅଭିଯୋଗ କରିଥିଲେ ସୁଦ୍ଧା ତୁଷୁରା ପୋଲିସ କୌଣସି ପଦକ୍ଷେପ ନନେବାରୁ ସେ ବଲାଙ୍ଗିର ଏସ୍‌ପିଙ୍କ ପାଖକୁ ନ୍ୟାୟ ପାଇଁ ଆସିଥିବା କହିଛନ୍ତି । ତାଙ୍କୁ ଆକ୍ରମଣ କରିଥିବା ତଥା ଧମକ ଚମକ ଦେଇଥିବା ବ୍ୟକ୍ତିମାନେ ବିଜେଡ଼ି ଦଳର ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.