jayashree

ଷାଠିଏ ଘର ଡୁମାଲ ସମାଜର ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗାଈବାହାଲ ପଞ୍ଚାୟତର ରାଏପାଲି ସ୍ଥିତ ମାହେଶ୍ୱରୀ ପୀଠରେ ବଲାଙ୍ଗିର ସଦର ବ୍ଲକ ଓ ଦେଓଗାଁ ବ୍ଲକର ୧୧ ଖଣ୍ଡ ଗାଁ ଲୋକଙ୍କୁ ନେଇ ଗଠିତ ହୋଇଥିବା ଷାଠିଏ ଘର ଡୁମାଲ ସମାଜର ଆଞ୍ଚଳିକ ସଂଗଠନର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଈଶ୍ୱର କରନଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ବିରଞ୍ଚି ପଧାନଙ୍କୁ ସଭାପତି ଭାବେ ମନୋନୀତ କରିଥିବା ବେଳେ ଉପସଭାପତି ଭାବେ ଗୁପ୍ତେଶ୍ୱର ପାତ୍ର, ସଂପାଦକ ଈଶ୍ୱର କରନ, ସହସମ୍ପାଦକ ସୁବାସ ପଧାନ, କୋଷାଧକ୍ଷ ଭାବେ ସନ୍ତୋଷ ପଲତାଙ୍କୁ ଚୟନ କରାଯାଇଛି । ତେବେ ଆଗାମୀ ଦିନରେ ଆଞ୍ଚଳିକ ସଂଗଠନକୁ ମହଜୁତ କରିବା ପାଇଁ ପ୍ରତି ଗାଁରେ ବୈଠକ କରି ଗ୍ରାମ୍ୟ କମିଟି ଗଠନ କରିବା ସଜ ସାମଜିକ ରୀତିନୀତିକୁ ଲୋକଙ୍କ ସହ ଆଲୋଚନା କରିବାକୁ ଆଲୋଚନା ହୋଇଥିଲା । ତେବେ ଆଜିର ଏହି ବୈଠକରେ ଦେଓଗାଁ, ଜୁର୍ଲାକାନି, ପ୍ରତାପପୁର କୁଡ଼ାସିଂହା, ଚିକଲବାହାଲ, ଲୁହୁରେନପାଲି, ଶିକାଛିଡା, ରତନପୁର, ରାଏପାଲି, ଭାନପୁର, କଛାରପାଲି ଗାଁର ଶତାଧିକ ଜାତି ଭାଇ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ରାଏପାଲି ଗାଁ ଲୋକେ ସହଯୋଗ କରିଥିଲେ ।

Leave A Reply

Your email address will not be published.