ଟିଟିଲାଗଡ଼ରେ ଶ୍ୟାମସୁନ୍ଦର ଶର୍ମାଙ୍କ ଘରେ ଚଢ଼ାଉ କଲା ଫ୍ଲାଇଙ୍ଗ ସ୍କ୍ୱାର୍ଡ : ବିଜେପି ଶିବିରରେ ଅସନ୍ତୋଷ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡରେ ରାଜନୀତି ଆହୁରି ସରଗରମ ହେବାରେ ଲାଗିଛି । ଏତିକି ବେଳେ ଆଜି ଅପରାହ୍ନରେ ଟିଟିଲାଗଡ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୫ର ବାସିନ୍ଦା ଶ୍ୟାମସୁନ୍ଦର ଶର୍ମାଙ୍କ ଘରେ ହଠାତ୍‌ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଚଢ଼ାଉ କରିଥିଲେ । ଶ୍ୟାମ ସେମାନଙ୍କୁ ଯାଞ୍ଚ ସମୟରେ ସହଯୋଗ କରି ସବୁ ଆଲମିରା, ପଲଙ୍କ ଖୋଲି ଦେଖାଇଥିଲେ । ସରକାରୀ ଭିଡ଼ିଓ ଗ୍ରାଫର୍‌ ସୁଟିଂ ମଧ୍ୟ କଲେ । ଏ ବିଷୟରେ ଶ୍ୟାମ ଶର୍ମାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଆମେ ନବୀନ ଜୈନ ସମର୍ଥକ ଏବଂ ଘରେ ମିଟିଂ କରୁଥିଲୁ, ସେ ସମୟରେ ସ୍କ୍ୱାର୍ଡ ଆସି ଘରେ ପଶି ସବୁ ଚେକ୍‌ କଲେ, ଆମେ ସହଯୋଗ କଲୁ । କିନ୍ତୁ ଆମେ ଯଦି ବିଜେଡି କର୍ମୀଙ୍କ ନାଁ ଦେବୁ ତାଙ୍କ ଘରେ ଚଢ଼ାଉ କରିବେ କି ବୋଲି ସେ ପାଲଟା ଅଭିଯୋଗ କରିଥିଲେ । ଶ୍ୟାମଙ୍କ ପରିବାର ଏହାକୁ ନୀଚ ସ୍ତରର ରାଜନୀତି କହୁଥିବା ବେଳେ ଟୁକୁନି ସାହୁ ଏଥର ହାରିବା ଭୟରେ ଏମିତି କାମ କରାଉଛନ୍ତି ବୋଲି କହିବା ସହ ଆମେ ନବୀନ ଜୈନ ସମର୍ଥକ, ନବୀନ ଜୈନ ଜିନ୍ଦାବାଦ, ଜିନ୍ଦାବାଦର ନାରା ଦେଇଥିଲେ । ଏବେ ଏହା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ନବୀନ ଜୈନଙ୍କ ସମର୍ଥକଙ୍କୁ ଭୟଭୀତ କରିବାର ଏହା ଏକ ଯୋଜନା ବୋଲି ନବୀନ ଜୈନ ସମର୍ଥକମାନେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.