jsm

ବଲାଙ୍ଗିର କୋଶଳ କଳା ମଣ୍ଡଳରେ ରାହୁଲ ଗାନ୍ଧୀ : ସିଧାସଳଖ ଟାର୍ଗେଟ୍‌ କଲେ ସରକାରଙ୍କୁ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର କୋଶଳ କଳା ମଣ୍ଡଳରେ ହଜାର ହଜାର ଲୋକଙ୍କୁ ନେଇ ଜନ ଆଶୀର୍ବାଦ ସଭାର ଆୟୋଜନ ହୋଇଥିବା ବେଳେ ଏଠାରେ କଂଗ୍ରେସ ଦଳର ମୁଖ୍ୟ ଷ୍ଟାର୍‌ ପ୍ରଚାରକ ରାହୁଲ ଗାନ୍ଧୀ ଯୋଗଦାନ କରି ସିଧାସଳଖ ବିଜେପି ସରକାର ଉପରେ ନିର୍ଧୁମ୍‌ ବର୍ଷିଛନ୍ତି । ବିଜେପି ସରକାର ଭାରତର ପବିତ୍ର ସମ୍ବିଧାନକୁ ନଷ୍ଟ କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ସ୍ପଷ୍ଟ ଭାବରେ କହିଛନ୍ତି ରାହୁଲ ଗାନ୍ଧୀ । ଏଥିସହିତ ଲୋକଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ, କଂଗ୍ରେସ ଦଳ ପକ୍ଷରୁ ଏକ କ୍ରାନ୍ତିକାରୀ ପଦକ୍ଷେପ ଗ୍ରହଣ କରାଯାଇଥିବା ଏହାଦ୍ୱାରା ଦେଶର କୋଟି କୋଟି ମହିଳାଙ୍କୁ ଲକ୍ଷପତି କରିବାର ଯୋଜନା ରହିଛି । ଜୁନ୍‌ ୪ ତାରିଖ ଦିନ ଇଣ୍ଡିଆ ମେଂଟ ବିଜୟ ଲାଭ କରିବ ବୋଲି ସେ ଦୃଢେ଼ାକ୍ତି ପ୍ରକାଶ କରିବା ସହ ଭାରତର ଶାସନ ଭାର ହାତକୁ ନେବ ବୋଲି ସେ କହିଛନ୍ତି । ଆଜିର ସଭାରେ କଂଗ୍ରେସ ଦଳର ବଲାଙ୍ଗିର ସଂସଦ କ୍ଷେତ୍ରର ସମସ୍ତ ପ୍ରାର୍ଥୀଙ୍କ ସହ ବଲାଙ୍ଗିରର ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ନରସିଂହ ମିଶ୍ର ଏବଂ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, କଂଗ୍ରେସର ଜାତୀୟ ସ୍ତରର ନେତା ମୀନାକ୍ଷୀ ନଟରାଜନ୍‌, ଶାହାନୱାଜ୍‌ ଚୌଧୁରୀ, ଅଜୟ କୁମାର, ହର୍ଷବର୍ଦ୍ଧନ, ଭକ୍ତଚରଣ ଦାଶ, ତାରାବାହିନୀ ପତି ପ୍ରମୁଖ ଉପସ୍ଥିତ ଥିଲେ । ବଲାଙ୍ଗିରର ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର, କଂଟାବାଂଜି ବିଧାୟକ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା, ସାଂସଦ ପ୍ରାର୍ଥୀ ମନୋଜ ମିଶ୍ରଙ୍କ ସହ କଂଗ୍ରେସର ବହୁ ବରିଷ୍ଠ ନେତା, କର୍ମକର୍ତ୍ତାମାନେ ଯୋଗଦାନ କରିଥିଲେ । ବଲାଙ୍ଗିର କଂଗ୍ରେସ ପକ୍ଷରୁ ଆଜି ପ୍ରାୟ ୫୦ ହଜାରରୁ ଅଧିକ ଜନସାଧାରଣଙ୍କ ସମାଗମ ହୋଇଥିବା ଦାବୀ କରାଯାଇଛି ।

yuvodaya
Leave A Reply

Your email address will not be published.