ରାଉରକେଲା ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଉରକେଲା, (କେପିଏନ୍‌ଏସ୍‌) : ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ପ୍ରଚାରରେ ଆସି ସେକ୍ଟର-୧୩ ନମ୍ବର ମେଳନ ପଡିଆରେ ଉଦ୍‌ବୋଧନ ଦେଇଥିଲେ । ଏହି ନିର୍ବାଚନ ସଭାରେ ସୁନ୍ଦରଗଡ ଲୋକସଭା ଆସନର ବିଜେଡି ପ୍ରାର୍ଥୀ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କ ସମେତ ରାଉରକେଲା ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥିନୀ ଅର୍ଚ୍ଚନାରେଖା ବେହେରା ଓ ବିରମିତ୍ରପୁର ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ରୋହିତ ଯୋଶେଫ ତିର୍କୀଙ୍କ ସମେତ ବଣାଇଁ ଆସନର ପ୍ରାର୍ଥୀ ଭୀମସେନ ଚୌଧୁରୀ, ତଲସରା ଆସନର ପ୍ରାର୍ଥୀ ବିନୟ କୁମାର ଟପ୍ପୋ, ରାଜଗାଙ୍ଗପୁର ପ୍ରାର୍ଥୀ ଅନୀଲ ବରୁଆ ସୁନ୍ଦରଗଡ ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ଯୋଗେଶ ସିଂ ଏବଂ ନାମାଙ୍କନ ଖାରଜ ହୋଇଥିବା ପ୍ରାର୍ଥୀ ହାଲୁ ମୁଣ୍ଡାରୀ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ । ଏହି ନିର୍ବାଚନ ସଭାରେ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ, ସୁନ୍ଦରଗଡ ବିଜେଡି ପର୍ଯ୍ୟବେକ୍ଷକ ପ୍ରିତିରଞ୍ଜନ ଘଡେଇ, ରଘୁନାଥପାଲି ନିର୍ବାଚନମଣ୍ଡଳୀର ପ୍ରାର୍ଥିନୀ ଅର୍ଚ୍ଚନାରେଖା ବେହେରାଙ୍କ ସ୍ୱାମୀ ତଥା ବିଧାୟକ ସୁବ୍ରତ ତରାଇ ମଧ୍ୟ ଉପସ୍ଥିତ ଥିଲେ । ରାଉରକେଲା ଆସନର ପ୍ରାର୍ଥୀ ସାରଦା ପ୍ରସାଦ ନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ରାଉରକେଲାର ବିକାଶ ସୁନ୍ଦରଗଡର ବିକାଶକୁ ଶୀର୍ଷ ସ୍ଥାନରେ ପହଞ୍ଚାଇବାକୁ ନବୀନ ପଟ୍ଟନାୟକଙ୍କର ପ୍ରାଥମିକତା ରହିଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ବିଚାରଧାରାକୁ ଆଗକୁ ନେବା ଆବଶ୍ୟକ । ସେହିପରି ରଘୁନାଥପାଲି ଆସନର ପ୍ରାର୍ଥନା ଅର୍ଚ୍ଚନାରେଖା ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଜେଡିକୁ ଜିତାଇବା ଆବଶ୍ୟକ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ବିରମିତ୍ରପୁର ଆସନର ପ୍ରାର୍ଥୀ ରୋହିତ ଯୋଶେଫ ତିର୍କୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତ ବର୍ଷର ସର୍ବ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ବୋଲି କହିଥିଲେ । ସୁନ୍ଦରଗଡ ଲୋକସଭା ଆସନର ବିଜେଡି ପ୍ରାର୍ଥୀ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ତାଙ୍କ ବକ୍ତବ୍ୟରେ କହିଥିଲେ, ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ ଜିଲ୍ଲାର ସର୍ବାଙ୍ଗୀନ ବିକାଶ କରିବା ସହିତ ତାଙ୍କ ଉଦ୍ୟମରେ ରାଉରକେଲାରେ ହକି ଷ୍ଟାଡିୟମ୍‌ ହେବା ସହିତ ବିଶ୍ୱର ସର୍ବ ବୃହତ ହକି ଷ୍ଟାଡିୟମ୍ ହୋଇପାରିଛି । ମୁଖ୍ୟମନ୍ତ୍ରୀ ଆଗକୁ ସୁନ୍ଦରଗଡ ଜିଲ୍ଲାର ଉନ୍ନତି କରିବା ପାଇଁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲ । ମୁଖ୍ୟମନ୍ତ୍ରୀ ନିର୍ବାଚନ ସଭାରେ ଉପସ୍ଥିତ ଥିବା ସମସ୍ତ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, ବିଏସ୍‌କେୱାଇ କାର୍ଡ ଭଲ କି, ମମତା ଯୋଜନା ଭଲ କି, ଲକ୍ଷ୍ମୀ ବସ୍ ଭଲ କି, ୫ଟି ସ୍କୁଲ ଭଲ କି, କାଳିଆ ଯୋଜନା ଭଲ କି, ମଧୁବାବୁ ପେନ୍‌ସନ୍‌ ଯୋଜନା ଭଲ କି, ନବୀନ ପଟ୍ଟନାୟକ ଭଲ କି, ବୋଲି ପଚାରିଥିଲେ । ଏହାର ଉତ୍ତରରେ ସମସ୍ତେ ହଁ କହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେଷରେ କହିଥିଲେ, ଆପଣମାନେ ଖୁସି ତ ! ଏହାର ଉତ୍ତରରେ ଉପସ୍ଥିତ ଜନସାଧାରଣ ହଁ କହିବା ସହିତ ଜୟ ଜଗନ୍ନାଥ ଧ୍ୱନୀ ଦେଇ ନବୀନ ପଟ୍ଟନାୟକ ଜିନ୍ଦାବାଦ କହିଥିଲେ । ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ବିରୋଧି ଦଳ ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ଶଙ୍ଖ ଚିହ୍ନକୁ ଭୋଟ ଦିଅ । ଉପସ୍ଥିତ ଜନସାଧାରଣ ଜୟ ଜଗନ୍ନାଥ କହିବା ସହିତ ନବୀନ ପଟ୍ଟନାୟକ ଜିନ୍ଦାବାଦ ଧ୍ୱନୀ ଦେଇଥିଲେ । ଏହି ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ନବୀନ ପଟ୍ଟନାୟକ ଜୁନ୍ ୯ ତାରିଖରେ ଶପଥଗ୍ରହଣ କରିବା ପରେ ପ୍ରଥମେ ବିଜୁଳି ବିଲ୍ ଛାଡ ଏବଂ ସମସ୍ତଙ୍କ ପାଇଁ ବିଏସ୍‌କେୱାଇ କାର୍ଡ କରିବା ସହିତ ସରକାରୀ ଚାକିରୀରେ ଥିବା ଅଙ୍ଗନୱାଡି ସମସ୍ତ ଆଶା କର୍ମୀଙ୍କର ମଧ୍ୟ ବିଏସ୍‌କେୱାଇ କାର୍ଡ ବନାଇବ । ଶ୍ରୀ ପାଣ୍ଡିଆନ୍ କେନ୍ଦ୍ରରେ ବିଜେପି ସରକାର ଉପରେ ଆରୋପ ଲଗାଇବା ସହିତ ତେଲ ଦର କମିଲା କି ? ଏଲ୍‌ପିଜି ସିଲିଣ୍ଡର ଦର କମିଲା କି ବୋଲି ପ୍ରଶ୍ନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କ ଉଦ୍‌ବୋଧନ ପାଇଁ ବିଜେଡି ମହିଳା ମୋର୍ଚ୍ଚାର କାର୍ଯ୍ୟକାରୀ ସଭାପତି ଛବି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ନିର୍ବାଚନ ପ୍ରଚାର ସଭାରେ ୧୦ ହଜାରରୁ ଅଧିକ ଲୋକ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରାମରେ ରଘୁନାଥପାଲି ପୂର୍ବ ବିଧାୟକ ସୁବ୍ରତ ତରାଇ, ବରିଷ୍ଠ ନେତା ଆନନ୍ଦ ଚନ୍ଦ୍ର ମହାନ୍ତି, ପ୍ରଫୁଲ ସୁନାନୀ, ସୁଦାମ ଦାସ, ବିରେନ ସେନାପତି ବିଜେଡ଼ି ମୁଖପାତ୍ର ରାଉରକେଲା ଜୟନ୍ତ କୁମାର ମିଶ୍ର, ରଶ୍ମୀବାଲା ମିଶ୍ର, ଆରତୀ ଚୌଧୁରୀ, ସୁଶାନ୍ତ ରାଉତ, ବ୍ରିଜମହନ ଅଗ୍ରୱାଲ, ପ୍ରବିନ ଗାର୍ଗ ସମେତ ଅନେକ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.