ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ସରୋଜଙ୍କ ପ୍ରଚାର୍‌ ଆହୁରି ଜୋର୍‌ ଧରୁଛି

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ଏନ୍‌ଏସିର ୨୫ ଜଣ ଯୁବକ ଆଜି ବିଜୁ ଜନତା ଦଳରେ ସାମିଲ୍‌ ହୋଇଥିବା ବେଳେ ସେମାନଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ ଜଣାଇଛନ୍ତି ପାଟଣାଗଡ଼ ବିଧାୟକ ପ୍ରାର୍ଥୀ ସରୋଜ ମେହେର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନ ପ୍ରତି ଏବଂ ସରୋଜ ମେହେରଙ୍କ ବଳିଷ୍ଠ ନେତୃତ୍ୱ ପ୍ରତି ଆକର୍ଷିତ ହୋଇ ସେମାନେ ବିଜେଡ଼ିରେ ସାମିଲ୍‌ ହୋଇଥିବା କହିଛନ୍ତି । ଚଳିତ ନିର୍ବାଚନରେ ବିଜେଡ଼ିକୁ ବିଜୟୀ କରିବା ପାଇଁ ନୂତନ ସଦସ୍ୟମାନେ ସଂକଳ୍ପ ନେଇଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ରହିଥିବା ବେଳେ ବିଧାୟକ ପ୍ରାର୍ଥୀ ସରୋଜଙ୍କ ପ୍ରଚାର୍‌ ଆହୁରି ଜୋର୍‌ ଧରିଛି । ଗାଁ ଗାଁରେ ସଭା କରାଯାଇ ବିଜେଡ଼ି ସପକ୍ଷରେ ଭୋଟ ଦେବାକୁ ନିବେଦନ କରାଯାଉଥିବା ବେଳେ ପାଟଣାଗଡ଼ ଏନ୍‌ଏସି ପ୍ରତ୍ୟେକ ୱାର୍ଡରେ ଭୋଟ ପ୍ରଚାର କରୁଛନ୍ତି ସରୋଜ ।

Leave A Reply

Your email address will not be published.