ବିରୋଧୀଙ୍କ ଉପରେ ବର୍ଷିଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀମାନଙ୍କ ପ୍ରଚାର ଶିଖରରେ ପହଂଚିଛି । ବଲାଙ୍ଗିର ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ମଧ୍ୟ ନିଜ ନିର୍ବାଚନୀ ପ୍ରଚାରକୁ ଆହୁରି ଜୋର୍‌ ଦେଇଛନ୍ତି । ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଏକ ବିଶାଳ ସମାବେଶରେ ଉଦ୍‌ବୋଧନ ଦେଇ କଳିକେଶ କହିଛନ୍ତି ଯେ, ବିଗତ ୧୦ ବର୍ଷ ହେଲା ବଲାଙ୍ଗିର ବିଧାୟକ ଆସନ ବିରୋଧୀଙ୍କ ହାତରେ ରହିଛି । ଏହାର ପରିବର୍ତ୍ତନ ନିହାତି ଆବଶ୍ୟକ । ବଲାଙ୍ଗିର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବାକୁ ହେବ । ବିରୋଧର ସ୍ୱର ଉତ୍ତୋଳନରେ କେବେ ବିକାଶ ସମ୍ଭବ ହୋଇପାରେନାହିଁ ବୋଲି କଳିକେଶ କହିଛନ୍ତି । ହଜାର ହଜାର ଲୋକଙ୍କୁ ସମ୍ବୋଧିତ କରି କଳିକେଶ ତାଙ୍କୁ ଏବଂ ବିଜେଡ଼ି ସାଂସଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ସେ ନିବେଦନ କରିଛନ୍ତି ।

Leave A Reply

Your email address will not be published.