୩୦ କେଜି ଗଞ୍ଜେଇ ଜବତ : ୨ ଅଭିଯୁକ୍ତ ଗିରଫ

ବାଉଁଶୁଣି : ବାଉଁଶୁଣି ପୁଲିସ ଆଜି ୩୦ କେଜି ଗଞ୍ଜେଇ ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦ୍ଵୟ ହେଲେ ତାଳପଡ଼ା ଗ୍ରାମର ରାଜକୁମାର୍ ଉର୍ମା ଏବଂ ବହିରା ଗ୍ରାମର ପ୍ରକାଶ କଲତା । ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ବାଉଁଶୁଣି ଥାନାଧିକାରୀ ଅଞ୍ଜଳି ବିଶ୍ଵାଳ ତାଙ୍କ ଟିମ୍‌ ସହ ଜୁରାମୁଣ୍ଡା ଗ୍ରାମର ରେଳଧାରଣା ନିକଟରେ ଥିବା ରାସ୍ତାରେ ପେଟ୍ରୋଲିଂ କରୁଥିଲେ । ଏତିକି ବେଳେ ୨ ଜଣ ବ୍ୟକ୍ତି ବାଇକ୍‌ ଯୋଗେ ଆସୁଥିବା ବେଳେ ତାଙ୍କୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ପରେ ସେଠାରୁ ଗଞ୍ଜେଇ ବାହାରିଥିଲା । ଏନେଇ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି ।

Leave A Reply

Your email address will not be published.