ଖପ୍ରାଖୋଲ ବ୍ଲକସ୍ତରୀୟ ଲକ୍ଷେଘର ଗଣ୍ଡାସମାଜର ନୂତନ କର୍ମକର୍ତ୍ତା ଚୟନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲକ୍ଷେଘର ଗଣ୍ଡାସମାଜର ବ୍ଲକସ୍ତରୀୟ କମିଟି ନୂତନ ଭାବେ ଗଠନ କରଯାଇଛି । ବ୍ଲକ ସଭାପତି ଭାବେ ନିରାକାର ଛୁରାଙ୍କୁ ମନୋନୀତ କରାଯାଇଛି । ସୂଚନା ଅନୁଯାୟୀ ବୁଧବାର ହରିଶଙ୍କର ସ୍ଥିତ ଲିଚୁ ବଗିଚା ଠାରେ ଶତାଧିକ ଲୋକଙ୍କ ଉପସ୍ଥିତିରେ ଗୋଟିଏ ବୈଠକ ହୋଇଥିଲା । ଅନୁଷ୍ଠିତ ବୈଠକରେ ପ୍ରଥମେ ଡ. ଭୀମରାଓ ଆମ୍ବେଦକରଙ୍କର ଫୋଟୋ ଚିତ୍ରରେ ଦୀପ ପ୍ରଜ୍ୱଳନ କରିବା ସହ ମିଟିଙ୍ଗର ଶୁଭାରମ୍ଭ କରାଯାଇଥିଲା । ଅନୁଷ୍ଠିତ ବୈଠକରେ ସର୍ବସମ୍ମତି କ୍ରମେ ଶ୍ରୀ ଛୁରାଙ୍କୁ ସଭାପତି ଭାବେ ଚୟନ କରାଯାଇଥିବାବେଳେ ଉପସଭାପତି ଭାବେ ଅଶୋକ କୁମାର ବାଗ, ସମ୍ପାଦକ ଭାବେ ମହିନାଥ ସୁନା, କୋଷାଧ୍ୟକ୍ଷ ଭାବେ ଡିଲେଶ୍ଵର ଜାଲ ମନୋନୀତ ହୋଇଛନ୍ତି । ପ୍ରତ୍ୟେକ ପଞ୍ଚାୟତରୁ ବ୍ଲକସ୍ତରୀୟ ୨୦ ଜଣିଆ ଉପଦେଷ୍ଟା କମିଟି ଗଠନ କରାଯାଇଛି । ସେହିପରି କାର୍ଯ୍ୟନିର୍ବାହୀ କମିଟିରେ ଲବ ସୁନା, ଜଳଧର ତାଣ୍ଡି, ରାଧେଶ୍ୟାମ ନାଗ, ଗୌରାଙ୍ଗ ବାରିକ, ଟଙ୍କଧର ତାଣ୍ଡି, ତପୋବନ୍ତ କୁମ୍ଭାର, ଜନକ ତାଣ୍ଡି ପ୍ରମୁଖ ମନୋନୀତ ହୋଇଛନ୍ତି । ଅନୁଷ୍ଠିତ ବୈଠକରେ ମୁଖ୍ୟତଃ ଗଣ୍ଡା ସାମାଜର ସାମୁହିକ ବିକାଶ ସଂପର୍କରେ ଆଲୋଚନା ହେବା ସଙ୍ଗେ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷା ବ୍ୟବସ୍ଥାକୁ ନେଇ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.