ଦେଓଗାଁ ପୁଲିସକୁ ମିଳିଲା ବଡ଼ ସଫଳତା : ଡକାୟତ ଘଟଣାର ୪ ଅଭିଯୁକ୍ତ ଗିରଫ, କମ୍ପାନୀ କର୍ମଚାରୀ ଥିଲେ ମାଷ୍ଟର ମାଇଣ୍ଡ

  • ୨.୪୦ଲକ୍ଷ ଟଙ୍କା ସହ ବାଇକ୍, ମୋବାଇଲ, ଲାପଟପ୍, କ୍ୟାମେରା ଜବତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅଞ୍ଚଳରେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ ଘଟଣାର ପର୍ଦାଫାସ କରିଛି ଦେଓଗାଁ ପୁଲିସ । ଦେଓଗାଁ ପୁଲିସକୁ ମିଳିଛି ବଡ ସଫଳତା । ୪ ଜଣ ଲୁଟେରାଙ୍କୁ ଗିରଫ କରି ସେମାନଙ୍କ ଠାରୁ ୩ଟି ବାଇକ, ଗୋଟିଏ ଏଚ୍‌ପି ଲାପଟପ୍, କେନନ୍ କ୍ୟାମେରା, ୫ଟି ମୋବାଇଲ ସହ ନଗଦ ୨ଲକ୍ଷ ୪୦ହଜାର ଟଙ୍କା ଜବତ କରି ୪ଜଣଙ୍କୁ ଗିରଫ କରାଯାଇଛି ବୋଲି ଦେଓଗାଁ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍‌ଡିପିଓ ତୋଫାନ ବାଗ ଓ ଦେଓଗାଁ ଆଇଆଇସି ବାମଦେବ ସଂଖୁଆଲ । ସୂଚନା ଅନୁସାରେ ଗତ ୪ ତାରିଖ ଦିନ ପ୍ରାୟ ୧ଟା ୫୫ମିନିଟ ସମୟରେ ଦେଓଗାଁ ଥାନା ଅଧିନସ୍ଥ ଭୁତିଆରବାହାଲ ଗାଁରୁ ଷ୍ପନ୍ଦନା ଫାଇନାନ୍ସ କମ୍ପାନୀର ମ୍ୟାନେଜର ମକଶିର କଳେତ ବିଭିନ୍ନ ଏସ୍‌ଏଚ୍‌ଜି ଠାରୁ ଟଙ୍କା ସଂଗ୍ରହ କରି ଆସୁଥିବା ସମୟରେ ଭୁତିଆରବାହାଲରୁ କୁଡ଼ାସିଂହା ରାସ୍ତାରେ ଏକ ଡିସକଭର ଗାଡ଼ିରେ ୩ଜଣ ଲୁଟେରା ଆସି ସକ୍‌ଅପ୍‌ ରଡ଼ରେ ମ୍ୟାନେଜରଙ୍କ ଗାଡ଼ିର ଡିକି ଭାଙ୍ଗି ଡିକି ଭିତରେ ଥିବା ୨ଲକ୍ଷ ୪୦ହଜାର ୪୦୮ଟଙ୍କା ଲୁଟ କରି ନେଇଯାଇଥିଲେ । ସେହି ଅଭିଯୋଗକୁ ଭିତ୍ତି କରି ଦେଓଗାଁ ଥାନା କେସ୍‌ ନମ୍ବର ୭୩/୪.୫.୨୨ରେ ଦଫା ୩୯୪ରେ ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିଲା । ଏହି ଡକାୟତିରେ ସଂପୃକ୍ତ ଥିବା ୩ଜଣ ଦେଓଗାଁ ଥାନା ବନ୍ଧପଡ଼ା ଫାଣ୍ଡି ବିଲାଶପୁର ଗାଁର ସିଦ୍ଦେଶ୍ବର ସୁନା, ରମେଶ କୁମ୍ଭାର ଓ ଜିତେନ୍ଦ୍ର ଖଡ଼ିଆ ସହ ମାଷ୍ଟର ମାଇଣ୍ଡ ଷ୍ପନ୍ଦନା କମ୍ପାନୀର କର୍ମଚାରୀ ବେଲପଡ଼ା ଥାନା ସୁଲେକେଲା ଗାଁର ସୁଶାନ୍ତ ମଳ୍ଲିକକୁ ଗରିଫ କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଫେରାର ଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

2 × 4 =

error: Content is protected !!