ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ନାଗରିକ ସମ୍ବର୍ଦ୍ଧନା

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶିଷ୍ଟ ସାହିତ୍ୟିକ ସମାଲୋଚକ, ପ୍ରାବନ୍ଧିକ, ଉତ୍କଳ ସମ୍ମିଳନୀର ରାଜ୍ୟ ଉପ-ସଭାପତି, ଉତ୍କଳ ହିତୈଷିଣୀ ସମାଜର ସମ୍ପାଦକ ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ଛତ୍ରପୁରରେ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସେ ଜଣେ ଦକ୍ଷିଣ ଓଡ଼ିଶାର ଉପାନ୍ତ ପାରଳାଖେମୁଣ୍ଡିର ଓଡ଼ିଆଭାଷା ଆନ୍ଦୋଳନର ଜଣେ ମୁଖ୍ୟ ପୁରୋଧା ଅଟନ୍ତି । ଉପାନ୍ତ ଅଞ୍ଚଳର ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ଏବଂ ବିକାଶର କର୍ଣ୍ଣଧାର ଅଟନ୍ତି । ପାରଳାଖେମୁଣ୍ଡି ଇତିହାସର ଲେଖକ ଭାବେ ସେ ଓଡ଼ିଶାର ପ୍ରତିଷ୍ଠିତ ବ୍ୟକ୍ତି ଭାବେ ଗଣନା କରାଯାଇ ତାଙ୍କୁ ଉପଢୌକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଛତ୍ରପୁର ସ୍ଥିତ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ପରିସରରେ ଏକ ଭବ୍ୟ ସାମାରୋହରେ ପ୍ରାକ୍ତନ ବିଧାୟକ ଅଶୋକ ଚୌଧୁରୀଙ୍କ ପୌରାହିତ୍ୟରେ ଅନୁଷ୍ଠିତ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର ଦାସ, ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ଉତ୍କଳ ବିଶ୍ଵବିଦ୍ୟାଳୟର ଅଧ୍ୟାପକ ଡ଼ଃ.ଭି.ରାଜେନ୍ଦ୍ର ରାଜୁ, ବିଶିଷ୍ଟ ଶିକ୍ଷାବିତ ନିରଞ୍ଜନ ତ୍ରିପାଠୀ, ଡ଼ଃ.ଅଜୟ କୁମାର ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ରହି ସମ୍ମାନୀତ କରିଥିଲେ । ନିଜସ୍ୱ ସଂଗ୍ରାମରେ ଗବେଷଣା କରି ଉର୍ଦ୍ଧୃତ କରିଥିବା ଶ୍ରୀ ମହାପାତ୍ରଙ୍କ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମରେ ପାରଳାଖେମୁଣ୍ଡିର ଭୂମିକା ସମ୍ପର୍କରେ ଆଲୋକପାତ ହୋଇଥିଲା ଏବଂ ପାରଳା ଲଲାମ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ (୧୭୬୭ -୧୮୩୪) ପୁସ୍ତକର ସାର୍ବଜନୀନ ସ୍ୱରୂପ ତା’ର ବିଷୟ ବସ୍ତୁକୁ ଶ୍ରୀ ମହାପାତ୍ର ଉପସ୍ଥାପନା କରିଥିଲେ । ଆସରରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଗୋକୁଳଚନ୍ଦ୍ର ପଣ୍ଡା, ଆଦିତ୍ୟମିଶ୍ର, ବିଶିଷ୍ଟ ଶିଳ୍ପପତି ଆର.ସି. ପଟ୍ଟନାୟକ, ଶିକ୍ଷାବିତ ଲକ୍ଷ୍ମଣ ପଣ୍ଡା, ପୀତବାସ ପାଣିଗ୍ରାହୀ, ସୋମନାଥ ସାହୁ, ଛତ୍ରପୁର ସାହିତ୍ୟ ସଂସଦର ଉପ-ସଭାପତି କେ.ସତ୍ୟନାରାୟଣ ରେଡ୍ଡୀ, ବିଚ୍ଛିନ୍ନାଞ୍ଚଳ ସାହିତ୍ୟ ସଂଗଠକ ଅନନ୍ତକୁମାର ମହାପାତ୍ର ପ୍ରମୁଖ ବିଭିନ୍ନ ବର୍ଗର ନେତ୍ତୃବର୍ଗ ଯୋଗଦେଇ ଏହି ସମାରୋହରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ କଣମଣା ସ୍କୁଲର ପ୍ରଧାନଶିକ୍ଷକ ଅଜିତ ସେଠୀ, ବରିଷ୍ଠ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଏ.ବିଶ୍ବମ୍ବର ରାଓ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶେଷରେ କବି ପ୍ରଶାନ୍ତ ଶତପଥୀ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.

two × four =

error: Content is protected !!