jayashree

ଶ୍ରୀହରିନାମ ପ୍ରଚାର ସମିତି ପକ୍ଷରୁ କମ୍ବଳ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶିଷ୍ଟ ପ୍ରବଚିକା, ଅଧ୍ୟାପିକା ତଥା ସୁଲେଖିକା ଏଲୋରା ମିଶ୍ରଙ୍କ ଦ୍ୱାରା ଗଠିତ ଶ୍ରୀହରିନାମ ପ୍ରଚାର ସମିତି ପକ୍ଷରୁ ଦରିଦ୍ର ଅସହାୟଙ୍କୁ ଶୀତବସ୍ତ୍ର ଏବଂ କମ୍ବଳ ବଣ୍ଟନ କରାଯାଇଛି । ପ୍ରବଳ ଶୀତକାକର ଦାଉରୁ ରକ୍ଷା ପାଇବାକୁ ସହରର ଲୋକନାଥ ମହାଦେବ ମନ୍ଦିର, ସୁଦ୍‌ପଡା ହନୁମାନ ମନ୍ଦିର, ଲାଲଟିକ୍ରା ହନୁମାନ ମନ୍ଦିର, ସମଲେଶ୍ୱରୀ ମନ୍ଦିର ସମ୍ମୁଖ ଓ ଅନ୍ୟସ୍ଥାନର ଦୀନ ଅସହାୟଙ୍କୁ ୪୨ଟି କମ୍ବଳ ଓ ଶୀତବସ୍ତ୍ର ବଣ୍ଟନ କରାଯାଇଥିବା ଶ୍ରୀମତୀ ମିଶ୍ର ସୂଚନା ଦେଇଛନ୍ତି । ଏହି ଅବସରରେ ପ୍ରତିଷ୍ଠାତା ସଭାପତି ଏଲୋରା ମିଶ୍ର, ଉପସଭାପତି ସୀତାଂଶୁ ଶେଖର ନାୟକ, ସମ୍ପାଦକ ଦୁର୍ଗାଚରଣ ସାହୁ, ସହ-ସଂପାଦକ ଦେବାଶିଷ ମିଶ୍ର, ସରିତା ସାହୁ, କବିତା ସାହୁ, ସାଧୁରାମ ସାହୁ, ଦୁର୍ଯ୍ୟୋଧନ ନାୟକ, ବାସ୍ନାରାଣୀ ନାୟକ, ମନୀଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.