pakka

ସିନ୍‌ଜେନଟା ଇଣ୍ଡିଆ ତରଫରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ୩୦ ଶଯ୍ୟା ପ୍ରଦାନ

bbehera

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସିନଜେନଟା ଇଣ୍ଡିଆ ଲିମିଟେଡ ପକ୍ଷରୁ ୩୦ ଶଯ୍ୟା ପ୍ରଦାନ କରାଯାଇଛି । ଗତକାଲି ଏକ ସ୍ୱତନ୍ତ୍ର ଉତ୍ସବରେ କଂପାନୀର ବିଜନେସ ମେନେଜର ଶଶୀଭୂଷଣ ଡିଏମ୍‌ଓ ଡାକ୍ତର ବିଭୂତି ଭୂଷଣ ମେହେରଙ୍କୁ ଏହି ଶଯ୍ୟା ହସ୍ତାନ୍ତର କରିଥିଲେ । ୩୦ଟି ହାଇଡ୍ରୋଲିକ ଶଯ୍ୟା ସହ ବେଡସିଟ, ଗଦା, ତକିଆ  ଆଦି ପ୍ରଦାନ କରାଯାଇଥିଲା । ଆଗାମୀ ଦିନରେ ମଧ୍ୟ କଂପାନୀ ତରଫରୁ ଏପରି ଜନହିତକର କାର୍ଯ୍ୟ ଜାରି ରହିବ ବୋଲି ସୂଚନା ଦିଆଯାଇଛି । ଏ ଅବସରରେ କଂପାନୀର ବରିଷ୍ଠ ଆଂଚଳିକ ଅଧିକାରୀ ହରିହର ସ୍ୱାଇଁ ଏବଂ ଅଶ୍ୱିନୀ ଶର୍ମା, ବରଗଡ଼ ବିତରକ ରଂଜନ ଚାନ୍ଦ ଗୋଠିଆଙ୍କ ସମେତ ହସପିଟାଲ ମେନେଜର ଚିତ୍ତପ୍ରଜ୍ଞା ଦାଶ, ଟେକନିକାଲ ଷ୍ଟୋର କିପର ପ୍ରଫୁଲ୍ଳ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । 

Leave A Reply

Your email address will not be published.

seven + eighteen =