pakka

ସବୁଜ ଛତ୍ରପୁର ସହର ପାଇଁ ‘ମୁକ୍ତା’ ଯୋଜନାରେ ୧ କୋଟି ୫୪ ଲକ୍ଷ ଟଙ୍କା ଅନୁମୋଦନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହର ବ୍ରିଟୀଶ ରାଜତନ୍ତ୍ର ସମୟର ଅଟେ । ଗଞ୍ଜାମ ମହକୁମା ଭାରତର ପ୍ରଥମ ଜିଲ୍ଲା ହେଡକ୍ୱାଟର ହୋଇଥିବା ବେଳେ ବ୍ରିଟୀଶମାନଙ୍କର ବସତି ଛତ୍ରପୁର ଭଳି ସବୁଜିମା ଓ ବାତାନୁକୂଳ ସ୍ଥାନକୁ ବାଛିନେଇ ଏଠାରେ ରେସିଡେନ୍ସ ଚିଫ୍ ଓ ପରବର୍ତ୍ତୀ ସମୟରେ ଏହା କଲେକଟ୍ରେଟ ଗଠନ ହୋଇଥିବା ଗଞ୍ଜାମ ଗେଜେଟେଡ଼ରେ ଉଲ୍ଲେଖ ଅଛି । ଏହି ସହରର ଟାଉନ-ପ୍ଲାନିଂ ଏକ ନିଆରା ଓ ସ୍ୱତନ୍ତ୍ର ଅଟେ । ଯାହା ଏବେ ବି ବହୁ ବିଶେଷଜ୍ଞଙ୍କୁ ପ୍ରମାଣିତ କରେ । ଏହାର ନିକଟରେ ସୁଶୋଭିତ ‘ତାମ୍ପରା’ ମଧୁର ଜଳ ହ୍ରଦ, ଝାଉଁ, କିଆଁବଣ, କାଜୁତୋଟା ଆଦି ସବୁଜିମାର ଭରପୁର ପରିସରର ଛତ୍ରପୁର ସହର ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଆକୁଣ୍ଠିତ ଅବଦାନ ରହିଥିବା ଛତ୍ରପୁରର ବିଜେଡି ନେତ୍ତୃବର୍ଗ ବର୍ଣ୍ଣନା କରିଛନ୍ତି । ଖୁବଶୀଘ୍ର ଛତ୍ରପୁର ଏନ୍‌ଏସିକୁ ତା’ର ସହରାଞ୍ଚଳ ଗାଇଡ଼ଲାଇନ ଅନୁଯାୟୀ ଏହାକୁ ମ୍ୟୁନିସିପାଲିଟି ଭାବେ ପରିଗଣିତ ହେବା ଆଶା ରଖାଯାଇଛି ବୋଲି ବିଜେଡି ଆଇନ ସେଲ ପରାମର୍ଶ ଦାତା ଆଡ଼ଭୋକେଟ ବିଜୟ ପଟ୍ଟନାୟକ କହିଛନ୍ତି । ଏହି ସହରାଞ୍ଚଳର ଉନ୍ନୟନ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ରାଜ୍ୟ ସରକାରଙ୍କ ‘ମୁକ୍ତା’ ଯୋଜନାରେ ୧ କୋଟି ୫୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାର ବଜେଟ ଅନୁମୋଦନ ହୋଇଥିବା ନେଇ ଶାସକ ନେତ୍ତୃବର୍ଗ ଖୁସିବ୍ୟକ୍ତ କରିଛନ୍ତି । ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ୨୪ ହଜାରରୁ ଉର୍ଦ୍ଧ୍ବ ଜନସଂଖ୍ୟା ବିଶିଷ୍ଟ ସହରର ସର୍ବମୋଟ ୧୪ଟି ୱାର୍ଡ ସଂଲଗ୍ନ ଜନସାଧାରଣଙ୍କୁ ସୁବିଧା ଦୃଷ୍ଟି-ସ୍ଥାନରେ ମାଗଣାରେ ସୁବିଧା ଉପଲବ୍ଧ ହେବା ଭଳି ବିଭିନ୍ନ ସ୍ଥାନରେ ଜିମ୍, ପାର୍କ, ସୌନ୍ଦର୍ଯ୍ୟକରଣ ସ୍ପଟ୍, ବରିଷ୍ଠ ନାଗରିକଙ୍କ ପାଇଁ ବସାଉଠା, ଭ୍ରମଣ ପରିକ୍ରମା ପାର୍କ, ଶିଶୁକ୍ରୀଡା ଉଦ୍ୟାନ ଆଦି ହେବାର ଏକ ପାଇଲଟ ପ୍ରୋଜେକ୍ଟ ପ୍ଲାନ ହୋଇଥିବା ଘୋଷଣା କରାଯାଇଛି । ଏନେଇ ଶୁକ୍ରବାର ଅପରାହ୍ନରେ ଛତ୍ରପୁର ସ୍ଥିତ ଗୌରୀଶଙ୍କର କଲ୍ୟାଣ ମଣ୍ଡପଠାରେ ଦଳୀୟ ସଭାରେ ଗଣମାଧ୍ୟମକୁ ସୂଚନା ନିମନ୍ତେ ଏକ ପ୍ରେସମିଟ୍ ସହ ସମାହିତ ହୋଇଛି । ଛତ୍ରପୁରର ବିକାଶ ଦିଗରେ ପ୍ରତୀକ ଦୃଷ୍ଟି ଥିବା ଯୋଗୁଁ ଏହି ସମ୍ବେଳନରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ତାଙ୍କ ନିଜସ୍ୱ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଧୂବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି । ରାଜ୍ୟ ସରକାରଙ୍କ ‘ମୁକ୍ତା’ ଘୋଷଣା ନାମରେ ଏହି ପ୍ରତିପାଦନ ସଭାରେ ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ନଗର-ସଭାପତି ବି.ରାଜିବାବୁ, ଏସଏଚ୍‌ଜି ମହିଳା ସଂଗଠିକା ପୂର୍ଣ୍ଣବାସୀ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କାଉନସିଲର ରାଜେଶ ସାହୁ, କିଶୋର ସେନାପତି, ଟି. ଭେଙ୍କେଟ ରାଓ, ଟି.ଜଗଦୀଶ ରାଓ ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଛତ୍ରପୁର ଏନ୍‌ଏସିର ଯୁବ ସଭାପତି ତଥା ସଂଗଠକ ଟି. ଚନ୍ଦ୍ରଶେଖର ରାଓ ଧନ୍ୟବାଦ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଳକ୍ ଟ୍ରକ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ତଥା ସମାଜସେବୀ ଅହିଭୂଷଣ ସାହୁ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

Leave A Reply

Your email address will not be published.

5 × four =