ବଲାଙ୍ଗିର ପୋଲିସ କବ୍‌ଜାରେ ଆନ୍ତଃରାଜ୍ୟ ମୋବାଇଲ୍‌ ଲୁଟେରା : ୩ ଗିରଫ, ୧୧୩ଟି ଦାମୀ ମୋବାଇଲ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ତଃରାଜ୍ୟ ମୋବାଇଲ୍‌ ଲୁଟେରାଙ୍କୁ ଧରିବାରେ ବଲାଙ୍ଗିର ପୋଲିସକୁ ମିଳିଛି ବଡ଼ ସଫଳତା । ଏବେ ବଲାଙ୍ଗିର ପୋଲିସ କବ୍‌ଜାରେ ଆନ୍ତଃରାଜ୍ୟ ମୋବାଇଲ୍‌ ଲୁଟେରା । ଏହି ମାମଲାରେ ୩ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ସେମାନଙ୍କଠାରୁ ୧୧୩ଟି ଦାମୀ ମୋବାଇଲ ଜବତ କରିଛି ବଲାଙ୍ଗିର ପୋଲିସ । ସୂଚନାଯୋଗ୍ୟ ଯେ, ସ୍ଥାନୀୟ ରମାଇ ଟକିଜ ନିକଟସ୍ଥ ଏକ ମୋବାଇଲ ଦୋକାନରୁ ୧୪ ତାରିଖ ରାତିରେ ୫୦ ଲକ୍ଷ ଟଙ୍କାର ମୋବାଇଲ ଲୁଟ ହୋଇଥିଲା । ବଲାଙ୍ଗିର ପୋଲିସ ଘଟଣାର ତଦନ୍ତ କରି ବିହାର ରାଜ୍ୟରୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୧୧୩ଟି ଦାମୀ ମୋବାଇଲ ମଧ୍ୟ ଜବତ ହୋଇଛି । ଜବତ ହୋଇଥିବା ମୋବାଇଲର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି । ଲୁଟେରାମାନେ ଚୋରି ମୋବାଇଲ ନେପାଳ ଚାଲାଣ କରିବାକୁ ଉଦ୍ୟମ ପୂର୍ବରୁ ବଲାଙ୍ଗିର ପୋଲିସ ଅଭିଯୁକ୍ତମାନଙ୍କୁ କାବୁ କରିଥିବା ଜଣାପଡ଼ିଛି । ଏ ସଂପର୍କରେ ଏକ ପ୍ରେସ୍‌ ମିଟ୍‌ରେ ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍‌ପି ନୀତିନ୍‌ କୁଶଲକର ।

Leave A Reply

Your email address will not be published.

1 × two =

error: Content is protected !!