jsm

ସାଇଟ୍‌ ସଦାଇପାଲିଠାରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟସ୍ଥ ସାଇଟ୍‌ କଲେଜ ସଦାଇପାଲିଠାରେ ଆଜି ୭୩ ତମ ସାଧାରଣତନ୍ତ୍ର ଦିବସ କୋଭିଡ୍‌ -୧୯ର ନିୟମାନୁସାରେ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ସାଇଟ୍‌ ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଲନ କରିଥିଲେ । ସାଇଟ୍‌ କଲେଜର ଅଧ୍ୟାପିକା ବୃନ୍ଦ ଜାତୀୟ ସଂଗୀତ ଗାନ କରିଥିଲେ । ଏହି ଅବସରରେ ସାଇଟ୍‌ ଡିପ୍ଲୋମା ଅଧ୍ୟକ୍ଷା ଇଂ.ନମିତା ପଟେଲ, ସୁୁଶ୍ରୀ ଆଇ.ଟି.ଆଇ ଅଧ୍ୟକ୍ଷ ଇଂ. ସନ୍ତୋଷ କୁମାର ବ୍ରହ୍ମା, ସାଇଟ୍‌ ନର୍ସିଂ ଅଧ୍ୟକ୍ଷା ସ୍ନିଗଧା ମିନତି ଦାନୀ, ସାଇଟ୍‌ ନର୍ସିଂ ପ୍ରଶାନିକ ଅଧିକାରୀ ଡ. ସିଦ୍ଧେଶ୍ୱର ମିଶ୍ର, ସୁଲୋଚନା ଦେବୀ ଶିଶୁ ମନ୍ଦିର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ମିଶ୍ର, ପଲ୍ଲିଶ୍ରୀ ଉଚ୍ଚ ବିଦ୍ୟଳୟ ପ୍ରଧାନ ଶିକ୍ଷକ ବୃନ୍ଦାବନ ମହାକୁର ଓ ଅଫିସ୍‌ ପ୍ରଶାସକ ହରିଶଙ୍କର ସାଏ ପ୍ରମୁଖ ଉପସ୍ଥିତ ଥିଲେ । ସାଇଟ ଡିପ୍ଲୋମା ଇଂଜିନିୟରିଂ, ସୁଶ୍ରୀ ଡି.ଏମ.ଏଲ.ଟି, ଡି.ଏମ.ଆର.ଟି, ବି.ଏସ.ସି. ନର୍ସିଂ, ଜିି.ଏନ.ଏମ ନର୍ସିଂ, ଏ.ଏନ.ଏମ ନର୍ସିଂ, ସୁୁଶ୍ରୀ ଆଇ.ଟି.ଆଇ, ପଲ୍ଲିଶୀ ହାଇସ୍କୁଲ, ସୁଲୋଚନା ଦେବୀ ଶିଶୁ ମନ୍ଦିରର ଅଧ୍ୟାପକ ଅଧ୍ୟାପିକା ତଥା ଅନ୍ୟ କର୍ମଚାରୀ ମୋଟ ଦଶଜଣ ଉପସ୍ଥିତ ଥିଲେ । ରାମଜୀ ଯୁବକ ସଂଘ ସଭାପତି ଡ.ପ୍ରମୋଦ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ ।

yuvodaya
Leave A Reply

Your email address will not be published.